ତେଲ କ୍ରୟରେ ଆମେରିକା କଟକଣାର ଉଲଙ୍ଘନ ହୋଇନି: ଆର୍ଆଇଏଲ୍

ନୂଆଦିଲ୍ଲୀ, (ଏଜେନ୍ସି): ବେନେଜୁଏଲା ଉପରେ ଆମେରିକା ପକ୍ଷରୁ ଲଗାଯାଇଥିବା କଟକଣାର କୌଣସି ଉଲଙ୍ଘନ କରାଯାଇ ନଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉଲ୍ଲେଖ କରାଯାଇଛି । ଆର୍ଆଇଏଲ୍ ଲାଟିନ୍ ଆମେରିକା ଦେଶର ରୁସ୍ର ରୋସନେଫ୍ଟ ପରି କମ୍ପାନୀଗୁଡ଼ିକ ଠାରୁ ଅଶୋଧିତ ତେଲ କ୍ରୟ କରିବାର ସମ୍ପୂର୍ଣ୍ଣ ସୂଚନା ଆମେରିକା ପ୍ରଶାସନ ନିକଟରେ ରହିଥିବା ଉଲ୍ଲେଖ କରିଛି । ରିଲାଏନ୍ସ ପକ୍ଷରୁ ଜାରି ସୂଚନାନୁସାରେ ବେନେଜୁଏଲାର ରାଷ୍ଟ୍ରୀୟ ତେଲ କମ୍ପାନୀ ପିଡ଼ିବିଏସ୍ଏକୁ ତେଲ ଯୋଗାଣ ପାଇଁ ତୃତୀୟ ପକ୍ଷ ମାଧ୍ୟମରେ ନଗଦ ପେମେଣ୍ଟର ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ଭୁଲ୍ ଓ ନିରାଧାର । ସୂଚନାନୁସାରେ ରିଲାଏନ୍ସ ବେନେଜୁଏଲାରୁ ଅଶୋଧିତ ତେଲର କ୍ରୟ ରୋସନେଫ୍ଟ (ରୁସ୍ର କମ୍ପାନୀ) ପରି କମ୍ପାନୀଗୁଡ଼ିକ ଠାରୁ କରିଛି । ଏହି କ୍ରୟ ଆମେରିକା ଦ୍ୱାରା କଟକଣା ଲାଗୁ ହେବା ପୂର୍ବରୁ କରାଯାଇଥିଲା । ଏଥିସହ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କଟକଣା ଲାଗୁ ହେବା ପର ଠାରୁ ରିଲାଏନ୍ସ ଯେଉଁ ସବୁ କ୍ରୟ କରିଛି ତାହା ଆମେରିକୀୟ ବିଦେଶ ବିଭାଗ (ୟୁଏସ୍ଡିଓଏସ୍)ର ସୂଚନା ଓ ମଞ୍ଜୁରୀ ପ୍ରାପ୍ତ ଦ୍ୱାରା କରିଛି । ରିଲାଏନ୍ସ ୟୁଏସ୍ଡିଓଏସ୍କୁ ମାତ୍ରା ଓ ନେଣଦେଣ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛି । ଏହି ପ୍ରକାର ନେଣଦେଣ ଦ୍ୱାରା ପିଡ଼ିବିଏସ୍ଏକୁ କୌଣସି ପେମେଣ୍ଟ କରାଯାଇ ନାହିଁ । ଏହାଛଡ଼ା ଏହି କାର୍ଯ୍ୟ ଦ୍ୱାରା ଆମେରିକା ପ୍ରତିବଦ୍ଧତା ତଥା ନୀତିର କୌଣସି ଉଲଙ୍ଘନ ହୋଇନଥାଏ । ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ଏପରି ବିକ୍ରେତାଙ୍କ ସହିତ ମୂଲ୍ୟ ବୁଝାମଣା ବଜାର ମୂଲ୍ୟରେ ହୋଇଛି । ସେହିପରି ପେମେଣ୍ଟର ସମାଧାନ ନଗଦ ତଥା ଦ୍ୱିପକ୍ଷୀୟ ଭାବେ ଉତ୍ପାଦର ଯୋଗାଣ ମାଧ୍ୟମରେ ହୋଇଛି । ଜାରି ସୂଚନାନୁସାରେ କୁହାଯାଇଛି ଯେ ରିଲାଏନ୍ସ ରୋସନେଫ୍ଟ ମାଧ୍ୟମରେ ପିଡ଼ିବିଏସ୍ଏକୁ ପେମେଣ୍ଟ କରିଥିବା ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ଭୁଲ୍ । ଏହି ଡିଲ୍ରେ ପିଡ଼ିବିଏସ୍ଏ କେବଳ ମୂଳ ଯେଗାଣକର୍ତ୍ତା ରହିଛି । କାହିଁକି ନା ଅଶୋଧିତ ତେଲ ଏହାର ରପ୍ତାନୀ ସୟନ୍ତ୍ରୋରୁ ଆସିଥାଏ । ଗତବର୍ଷ ରିଲାଏନ୍ସ ପକ୍ଷରୁ କୁହାଯାଇଥିଲା ଯେ କମ୍ପାନୀ ଆମେରିକା କଟକଣାର ସମ୍ମୁଖିନ ହୋଇଥିବା ବେନେଜୁଏଲା ଠାରୁ ସମସ୍ତ ତେଲ ରପ୍ତାନୀ ବନ୍ଦ କରିଦେଇଛି । ଯେପର୍ଯ୍ୟନ୍ତ କଟକଣା ହଟା ନଯାଇଛି, ବିକ୍ରି ଆରମ୍ଭ କରାଯିବ ନାହିଁ । ରିଲାଏନ୍ସ ବେନେଜୁଏଲା ଠାରୁ ଅଶୋଧିତ ତୈଳର ବଡ଼ ଆମଦାନୀକାରି ରହିଛି । ଏହା ନିଜ କ୍ରୟରେ ଏକ ତୃତୀୟାଂଶ ହ୍ରାସ୍ କରିଛି । ଆମେରିକା ବେନେଜୁଏଲା ଉପରେ ଜାନୁଆରୀ ୨୦୧୯ରେ କଟକଣା ଲଗାଇଥିଲେ । ଏହାର ଲକ୍ଷ୍ୟ ଦେଶର ଅଶୋଧିତ ତେଲର ରପ୍ତାନୀ ଉପରେ ଅଙ୍କୁଶ ଲଗାଇବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ