ତେଲ ଟାଙ୍କିରେ କଂଗ୍ରେସର ଦସ୍ତଖତ ଅଭିଯାନ

ବାରିକପୁର, (ଦୁର୍ଯୋଧନ ଲେଙ୍କା):ତୈଳ ଦର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ଆଜି ତେଲ ଟାଙ୍କି ଗୁଡିକରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ କଂଗ୍ରେସ ପକ୍ଷରୁ ବ୍ଲକ ଅଧିନ ତିନିଗୋଟି ତେଲ ଟାଙ୍କି ଠାରେ କର୍ମୀ ମାନେ ଉପସ୍ଥିତ ରହି ଜନ ସଚେତନତା ପାଇଁ ଗାଡି ଚାଳକଙ୍କ ଠାରୁ ଦସ୍ତଖତ ଆଣିଥିଲେ। ତହସିଲ ନିକଟ ତେଲ ଟାଙ୍କି ଠାରେ ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦଙ୍କ ନେତୃତ୍ୱରେ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ସୁବାଷ କାଣ୍ଡି, ଗଣେଶ ଭାରତୀ, ଶ୍ୟାମସୁନ୍ଦର ମହାପାତ୍ର, ଧରଣୀଧର ଜେନା, ନିଗମାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହି ଦସ୍ତଖତ ଅଭିଯାନକୁ ପରିଚାଳନା କରିଥିଲେ। ସେହିଭଳି କହରାପୋଖରୀ ଛକ ପେଟ୍ରୋଲ ଟାଙ୍କି ଠାରେ ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସରପଞ୍ଚ ପ୍ରଶାନ୍ତ ସାହୁ, ମନୋଜ ନାୟକ, ଟୁଟୁ ବେହେରା, ଅଭିମନ୍ୟୁ ବେହେରାଙ୍କ ସମେତ ଅନେକ କଂଗ୍ରେସ କର୍ମୀ ସାମିଲ ଥିଲେ। ଅନୁରୂପ ଭାବେ ଧାମନଗର ଛକ ପେଟ୍ରୋଲ ଟାଙ୍କି ଠାରେ ମଧ୍ୟ କଂଗ୍ରେସ କର୍ମୀ ମାନେ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ। ସମସ୍ତ ସ୍ଥାନକୁ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଗସ୍ତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଅହେତୁକ ଭାବେ ତୈଳ ଦର ବୃଦ୍ଧି ହେଉଥିବା ମତ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ