ତେଲ ନେବା ପାଇଁ ଭାରତକୁ ଅନୁରୋଧ କଲା ମାଲେସିଆ

ନୂଆଦିଲ୍ଲୀ: ବିଶ୍ୱରେ ଭାରତ ଯେ ବଡ଼ ବଜାର ପୁଣିଥରେ ପ୍ରମାଣିତ ହୋଇଛି । ଭାରତ ମାଲେସିଆ ପାଖରୁ ପାମୋଲିନ ତେଲ ନେବ ନାହିଁ ବୋଲି ଘୋଷଣା କରିବା ପରେ ଏବେ ପୁଣି ଥରେ ଭାରତକୁ ତେଲ ରପ୍ତାନୀ କରିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ କରିଛି ମାଲେସିଆ । କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ କରିଥିଲା ମାଲେସିଆ । ଏହାପରେ ଭାରତ ମାଲେସିଆ ପାଖରୁ ପାମୋଲିନ ତେଲ ଆଣିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା । ମାଲେସିଆର ବ୍ୟବସାୟ ମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଅନ୍ୟ ଦେଶ ମାଲେସିଆର ପାମୋଲିନ ତେଲ କିଣନ୍ତୁ । ଏଥିପାଇଁ ଭାରତ ସହିତ ଅନ୍ୟାନ୍ୟ ଦେଶମାନଙ୍କ ସହ ଆଲୋଚନା ଚାଲିଛି ।
ଏହାପୂର୍ବରୁ କିନ୍ତୁ ମଙ୍ଗଳବାର ମାଲେସିଆର ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ କହିଥିଲେ, ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି ଆଗାମୀ ଦିନରେ ମଧ୍ୟ ସେ ଏହି ନିଷ୍ପତ୍ତି ଉପରେ କାଏମ ରହିବ । କାହା କଥାରେ ପରିଚାଳିତ ହୋଇ ନୁହେଁ । ଆଗାମୀ ଦିନରେ ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ବଦଳାଇବନି ମାଲେସିଆ । ହେଲେ ଭାରତ ଭଳି ଦେଶ ସହିତ ବ୍ୟବସାୟିକ ବିବାଦ ନରଖିବାକୁ ମାଲେସିଆ ଚାହୁଁଛି ବୋଲି ମାଲେସିଆ ବ୍ୟବସାୟିକ ମନ୍ତ୍ରୀଙ୍କ ମନ୍ତବ୍ୟରୁ ଆଶଙ୍କା କରାଯାଉଛି । ଗତମାସରେ ଜାତିସଂଘର ସାଧାରଣ ପରିଷଦ ବୈଠକ ବସିଥିଲା । ଏହି ଅବସରରେ କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଆକ୍ରମଣାତ୍ମକ ବୋଲି କହିଥିଲା ମାଲେସିଆ । ଭାରତର ଏଭଳି ନିଷ୍ପତ୍ତି ବେଆଇନ । ସମସ୍ୟାର ସମାଧାନ ପାଇଁ ଭାରତ ପାକିସ୍ତାନ ସହ ଆଲୋଚନା କରିବା ଦରକାର ବୋଲି ମାଲେସିଆ କହିଥିଲା । ଯାହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ରଖିଥିଲା । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଥିଲେ ମାଲେସିଆ ସହ ଭାରତର ସମ୍ପର୍କ ପାରମ୍ପରିକ ଭାବରେ ଭଲ ରହିଛି । କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି ସେଥିପାଇଁ ଭାରତ ଅସନ୍ତୋଷ ପ୍ରକାଶ କରିଛି । ଏହାପରେ ଭାରତ ମାଲେସିଆ ପାଖରୁ ପାମୋଲିନ ତେଲ ଆମଦାନୀ ବନ୍ଦ କରିଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ