ତେଲ ପାଇପ୍ ଲାଇନ ଫାଟି ଜଳୁଛି ନଦୀ

ଗୁଆହାଟି: ଆସାମ ଦିବ୍ରୁଗଡରେ ଥିବା ଏକ ନଦୀ ତିନି ଦିନ ହେବ ଜଳୁଥିବା ଦେଖିବାକୁ ମିଳିଛି। ନଦୀ ମଧ୍ୟ ଦେଇ ଯାଇଥିବା ତେଲ ପାଇପ୍ ଲାଇନ ଫାଟି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରିନାହିଁ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ସେଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଆସାମ ଦିବ୍ରୁଗଡ ଜିଲ୍ଲାର ସାସୋନି ଗ୍ରାମର ବୁର୍ହି ଦିହିଙ୍ଗ ନଦୀ ମଧ୍ୟ ଦେଇ ଅଏଲ ଇଣ୍ଡିଆ ଲିମିଟେଡର ପାଇପ ଲାଇନ ବିଛା ଯାଇଥିଲା। ଗତ କିଛି ଦିନ ପୂର୍ବେ ନଦୀରେ ତେଲ ଭାସୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ପରେ କୌଣସି କାରଣବଶତଃ ତେଲରେ ନିଆଁ ଲାଗି ଯାଇଥିଲା। ପରେ ଚାହୁଁ ଚାହୁଁ ଏହି ନିଆଁ ନଦୀକୁ ବ୍ୟାପି ଯାଇଥିଲା। କେହି ଅସାମାଜିକ ବ୍ୟକ୍ତି ଏହି ନିଆଁ ଲଗାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ତିନି ଦିନ ଧରି ନଦୀରେ ନିଆଁ ଜଳୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ଲିଭାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇ ସହ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ