ତେଲ ବୋଝେଇ ମହିନ୍ଦ୍ରା ପିକ୍ଅପ୍ ଦୁର୍ଘଟଣା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ୍ ଠାରେ ତେଲ ବୋଝେଇ ମହିନ୍ଦ୍ରା ପିକ୍ଅପ୍ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବାର ଜଣାପଡିଛି । ମୋହନ ବ୍ଲକ୍ ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ ଅଡ଼ବା ଥାନା ଭିମଡଲି ଘାଟିରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ବ୍ରହ୍ମପୁର ଠାରୁ ରାୟଗଡା ଜିଲ୍ଲା ଅଭିମୁଖେ ଖାଇବା ତେଲ ବୋଝେଇ ମହିନ୍ଦ୍ରା ପିକ୍ଅପ୍ ଗାଡ଼ି ନଂ ଓଡି ୦୭ ଜି ୩୬୨୨ ଗାଡିଟି କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା । ଗାଡିରେ ଥିବା ଫ୍ରିଡୋମ କମ୍ପାନୀର ଖାଇବା ତେଲ ୨୫୦ ଗୋଟି ପ୍ଲାଷ୍ଟିକ୍ ବୋତଲ ପେକେଟ୍ ଓ ୫୦ ଗୋଟି ଟିଣ ଡବା ସବୁ ଘାଟିରେ ପୋଡି ନଷ୍ଟ ହୋଇଥିବାବେଳେ ଗାଡି ଚାଳକ ବାବୁ ସାହୁ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଥିଲେ । ପ୍ରଥମେ ସ୍ଥାନୀୟ ଲୋକ ଆହାତ ଡ୍ରାଇଭରକୁ ଉଧାରକରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଅଡବା ଥାନା ପୋଲିସ ଘଟଣା ସ୍ତଳରେ ପହଞ୍ଚି ଗାଡି ଚାଳକକୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।