ତୈଲିକ ସମାଜ ପକ୍ଷରୁ ରକ୍ତଦାନ ଶିବିର

ଚିକିଟି,(ଯୁଗାବ୍ଦ ନ୍ୟୁଜ୍‌): ଚିକିଟି ଖେମୁଣ୍ଡି ହଳଦିଆ ତୈଲିକ ବୈଶ୍ୟ ସମାଜ ସଭାପତି ଧର୍ମା ସାହୁଙ୍କ ଅଧ୍ୟକ୍ଷତାରେ ରବିବାର ଚିକିଟି ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜ ର କେନ୍ଦ୍ରୀୟ ସଭାପତି ଶରତ କୁମାର ସାହୁ,ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ସାହୁ ଯୋଗଦେଇଥିଲେ। ରକ୍ତ ନମୁନା ସଂଗ୍ରହ ଓ ସ୍ୱାସ୍ଥ୍ୟ ଗତ ସମସ୍ୟା କୁ ପରୀଖିବା ପାଇଁ ଡ଼.ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ପ୍ରଦୀପ କୁମାର ସୁବୁଦ୍ଧି,ଦିବାକର ତ୍ରିପାଠୀ,ରାମହାରି ପଣ୍ଡା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ରକ୍ତଭଣ୍ଡାର କର୍ମଚାରୀ ମାନେ ନିଷ୍ଠାପର ଭାବରେ ନିଜ କର୍ତବ୍ୟ ସମ୍ପାଦନ କରି ୪୨ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଆଗେଇ ନେବାପାଇଁ ସୁରେନ୍ଦ୍ରନାଥ ମଣ୍ଡଳ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ତୁଲାଇବା ପାଇଁ ସତ୍ୟବାନ ସାହୁ,ତ୍ରିପତି ସାହୁ,ଅକ୍ଷୟ ସାହୁ, ମନୋଜ ସାହୁ,ମଣ୍ଟୁ ସାହୁ,ଅଭିରାମ ସାହୁ ଓ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ