ତୈଳଦର , ରନ୍ଧନ ଗ୍ୟାସ ଓ ଖାଦ୍ୟ ସାମଗ୍ରୀର ଅହେତୁକ ବୃଦ୍ଧି ପ୍ରତିବାଦରେ ସାନଖେମୁଣ୍ଡିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ସାନଖେମୁଣ୍ଡି ( ପଦ୍ମଲୋଚନ ପାଣିଗ୍ରାହୀ) :ପେଟ୍ରୋଲ ଡିଜେଲ ଖାଇବାତେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦରଦାମ୍ ବୃଦ୍ଧି ତୀବ୍ର ପ୍ରତିବାଦ ସହ କେନ୍ଦ୍ର ବିଜେପି ରାଜ୍ୟ ବିଜେଡି ସରକାରର ବ୍ୟାପକ ଜନବିରୋଧି ନୀତି ବିରୋଧରେ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଆହୂତ 6 ଘଣ୍ଟିଆ ଓଡ଼ିଶାବନ୍ଦର ପ୍ରଭାବ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଅନୁଭୂତ ହୋଇଛି ! ସାନଖେମୁଣ୍ଡି ସିପିଆଇ ଅଞ୍ଚଳ କମିଟି ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପୃଥକ ଭାବେ ରାସ୍ତାରୋକ ପିକେଟିଂ ଓ ପ୍ରତିବାଦସଭା ଆୟୋଜିତ ହୋଇଛି!ସିପିଆଇ କର୍ମୀ ମାନେ ସାନଖେମୁଣ୍ଡି ବ୍ଲକ ଛକଠାରେ ରାସ୍ତା ଅବରୋଧ ସହ ଶୋଭାଯାତ୍ରାରେ ବିଭିନ୍ନ ସରକାରୀ ଦପ୍ତର ସମ୍ମୁଖରେ ପ୍ରତିବାଦ କରିବା ପରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ବିଡ଼ିଓ ଗାୟତ୍ରୀଦତ୍ତ ନାୟକଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ! ଜୋନ ସମ୍ପାଦକ କୈଳାଶପାତ୍ର. ସରପଞ୍ଚ ସୁଶାନ୍ତ ସ୍ୱାଇଁ ଭଗବାନ ରାଉତ ଅଶୋକ କୁମାର ଜେନା ପାଣସେଠି ଏ କୃଷ୍ଣମୂର୍ତ୍ତିପାତ୍ର ପ୍ରସନ୍ନ କୁମାରମହାନ୍ତି ରାଜୁବେହେରା ଟିଟୁ ଲେଙ୍କା ଙ୍କ ସମେତ ବହୁ କର୍ମୀ ଅଂଶଗ୍ରହଣ କରିଥିଲେ! ସେଭଳି କଂଗ୍ରେସ ପକ୍ଷରୁ ପାଟପୁର ଗାନ୍ଧୀଛକ ରୁ ଶୋଭାଯାତ୍ରା ବାହାରି ବ୍ଲକ ଅଫିସ ସମ୍ମୁଖରେ ପ୍ରତିବାଦ ସଭାସହ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା! ସଭାପତି ଏ ବାବୁଲାଦୋରା ବରିଷ୍ଠନେତା ଅରବିନ୍ଦନାୟକ ପୂର୍ବତନବ୍ଲଜଅଧ୍ୟକ୍ଷ ଲକ୍ଷ୍ମୀଚରଣ ପାତ୍ର ଆଲୋକପ୍ରଧାନ ରାମଚନ୍ଦ୍ରପ୍ରଧାନ ସାଧୁଚରଣ ନାହାକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ! ଅଞ୍ଚଳରେ ଦୋକାନବଜାର ଗାଡ଼ି ଚଳାଚଳ ବନ୍ଦଥିବା ବେଳେ ଶାନ୍ତିଶୃଙ୍ଖଳା ପାଇଁ ପାଟପୁର ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା!


