ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଓଡିଶାର ନୈାବାଣିଜ୍ୟ ପଂରପରା ଏବଂ ସାଧବ ପୁଅ ମାନଙ୍କର ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଛତ୍ରପୁର ଅଂଚଳରେ ବସବାସ କରୁଥିବା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୋଲରେ ଏକ ବୃହତ ବୋଇତ ନିର୍ମାଣ କରି ବୋଇତକୁ ବିଭିନ୍ନ ରଙ୍ଗବେରଙ୍ଗର ଫୁଲରେ ସଜାଇ ଛତ୍ରପୁରର ଆରାଧ୍ୟ ଦେବୀ ରାମାୟଣୀମା ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗୈାରି ଶଙ୍କର ମନ୍ଦିର ନିକଟ ଲାଇନ ବନ୍ଧ ନିକଟକୁ ଯାଇଥିଲେ ।ଏହି ବୋଇତ ବନ୍ଦାଣ ଉତ୍ସବରେ ସ୍ଥାନୀୟ ବିଧାୟକ କୁ ସମ୍ଭର୍ନ୍ଧିତ କରାଯାଇଥିଲା । ଏହା ପରେ ନାରୀମାନେ ବନ୍ଦାଣ ଉତ୍ସବରେ ଯୋଗ ଦେଇ ବୋଇତ ଲାଇନ ବନ୍ଧରେ ଭସାଇଦିଆଯାଇଥିଲା ।ଏହି ଉତ୍ସବରେ ଉତ୍ସବରେ ସଭାପତି ରମେଶ ଚନ୍ଦ୍ର ସାହୁ ,ଉପସଭାପତି ଅଶୋକ କୁମାର ସାହୁ ,ସହସଂପାଦକ ସଦାନନ୍ଦ ସାହୁ,କୋଷାଧକ୍ଷ ବାବୁଲା ସାହୁ ,ମାଧବ ଚନ୍ଦ୍ର ସାହୁ ,ପ୍ରମୋଦ କୁମାର ସାହୁ ,ସହ ସମସ୍ତ ସଭ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ