ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭଞ୍ଜନଗର, (ସନ୍ତାଷ କୁମାର ଜେନା): କୋରନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୈଳ ଦର ବୃଦ୍ଧିକୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। କୋରନାର ଘଡିସନ୍ଧି ମୁହୂର୍ତ୍ତରେ ସାଧାରଣ ଜନତାଙ୍କ ଆୟର ପନ୍ଥ। କମି କମି ଯାଉଛି। ଲୋକେ କାମ ଧନ୍ଦା ନ ପାଇଁ ଭୋକ ଉପାସରେ ଦିନ କାଟୁଛନ୍ତି। ଚାଷୀ ଚାଷ କାଯ୍ୟ ନକରି ହାତ ବାନ୍ଧି ବସିଥିବା ବେଳେ ଆସନ୍ତା ମୌସୁମୀକୁ ଦୁର୍ଷ୍ଟିରେ ରଖି ଖରିଫ ଚାଷ କରିବା ପାଇଁ ଅଣ୍ଟା ଭିଡ଼ିବାକୁ ଚେଷ୍ଟା କରୁଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ହୋଇଥିବା ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ନେଇ କଂଗ୍ରେସ ଅସତୋଷ ପ୍ରକାଶ କରିଛି। ଅନ୍ୟ ପଟେ ତୈଳ ଦର ବୃଦ୍ଧି କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଉଛି। ଯାହାକି ଉଭୟ ଖାଉଟି ଓ ଚାଷୀଙ୍କ ପକ୍ଷରେ ନୈରାଶ୍ୟଭାବ ସୃଷ୍ଟି କରିଛି। ଏଣୁ ରାଷ୍ଟ୍ରପତି ଏ ବାବଦରେ ହସ୍ତକ୍ଷେପ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପ୍ରଦେଶ କଂଗ୍ରେସ କୋର କମିଟି ମେମ୍ବର ଦେବୀ ପ୍ରସାଦ ବିଷୋୟୀ, ଭଞ୍ଜନଗର ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀଙ୍କ ସମେତ ସୀମାଞ୍ଚଳ ବିଷୋୟୀ, ଲୋକନାଥ ସେଠୀ,ଦୁର୍ଗା ପ୍ରଶାଦ ତ୍ରିପାଠୀ, ବିଦ୍ୟାଧର ପ୍ରଧାନ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ