ତୈଳ ଦର ବ୍ରୁଦ୍ଧି ପ୍ରତିବାଦରେ ଘଟଗାଁ ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଘଟଗାଁ, (ନାରାୟଣ ପଲେଇ) : ଅହେତୁକ ତୈଳଦର ବ୍ରୁଦ୍ଧି ପାଇଁ ଆଜି ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଗତ ଦୁଇ ଦିନ ପୂର୍ବରୁ ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇଛନ୍ତି | ଆଜି ମଧ୍ୟ ରାଜ୍ୟର ପ୍ରତ୍ୟେକ ବ୍ଲକ୍ ରେ ବିଜେଡି ମହାଳା ମନେ ଏକତ୍ରୀତ ହୋଇ ରାଲି କରି ପ୍ରତିବାଦ କରୁଥିବା ବେଳେ ଘଷିପୁରା ନିର୍ବାଚନମଣ୍ଡଳୀର ଘଟଗାଁରେ ମଧ୍ୟ ଏହି ଆନ୍ଦୋଳନ ଦେଖିବାକୁ ମିଳିଥିଲା | ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ନେତ୍ରୁତ୍ୟରେ ଆଜି ଘଟଗାଁ ବ୍ଲକ୍ ର ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇ ଏକ ରାଲି କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ | ଡାକ ବଙ୍ଗଳାଠାରୁ ରାଲି ଆରମ୍ଭ କରି ଘଟଗାଁ ବଜାର ଦେଇ ବ୍ଲକ୍ କାର୍ଯ୍ୟାଳୟ କୁ ଯାଇ ଦରଦାମ୍ ବ୍ରୁଦ୍ଧିକୁ ପ୍ରତିବାଦ କରି ଏକ ଦାବିପତ୍ର ବିଡିଓଙ୍କୁ ଦେଇଥିଲେ। ଏହି ବିକ୍ଷୋଭ ରେ ସ୍ଥାନୀୟ ନାରୀ ନେତୃମଣ୍ଡଳୀଙ୍କ ମଧ୍ୟରେ ଘଟଗାଁ ବ୍ଲକ ସଭାପତି ପୁଷ୍ପଳତା ରାଉତ, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ଦେହୁରୀ ଏବଂ ମହିଳା ଉପସଭାପତି ରଞ୍ଜିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


