ତୈଳ ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ ରାସ୍ତାରୋକ
କାକଟପୁର (ଗଣେଶ ବେହେରା): ଡିଜେଲ ପେଟ୍ରୋଲ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କାକଟପୁର କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କଲେଜ ଛକଠାରେ ବିକ୍ଷୋଭକାରୀ ମାନେ ମୋଦି ହାଏ ହାଏ,ନବୀନ ପଟ୍ଟନାୟକ ଛି ଛି ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ କରିଥିଲେ।ସକାଳ ୬ଘଣ୍ଟିକା ରୁ ୧୨ଘଣ୍ଟିକା ପର୍ଯ୍ୟନ୍ତ ବିକ୍ଷୋଭପ୍ରଦର୍ଶନ ସହ ବଜାରରେ ପିକେଟିଂ କରି ଦୋକାନ ବନ୍ଦ କରିଥିଲେ।ଜୋନ ସଂପାଦକ ବିଭିନ୍ନ ବିହାରୀ ରାଉତ,ସୁର ବାରିକ,ପ୍ରଫୁଲ୍ଲ ପରିଡ଼ା, ଯୁବନେତା ରାମଚନ୍ଦ୍ର ରଣା,ତୋଫାନ କାଣ୍ତି,ବିକାଶ ମୁଦୁଲି, ପ୍ରଭାତ କାଣ୍ତି,ଗଗନ ସାହୁ,ହଟକିଶୋର ପାଲ,ବିଜୟ ସାହୁ,ବିପିନ ଜେନା,ପିତବାସ ପରିଡ଼ା,ବିଷ୍ଣୁ ଚରଣ ନାୟକ, କଲ୍ୟାଣ ସାହୁ,ବିଜୟ ମୁଦୁଲି, ଆରତ କାଣ୍ତି,ନିଗମାନନ୍ଦ କାଣ୍ତି,ମାଧବ କାଣ୍ତି,ବାବୁରାମ କାଣ୍ତି,ତୁଷାର କାଣ୍ତି ପ୍ରମୁଖ କର୍ମୀମାନେ ଯୋଗଦେଇଥିଲେ।


