ତୋଟାଗାଁରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ମାଆ ଆହତ, ଅଳ୍ପକେ ବର୍ତ୍ତିଲେ ଝିଅ
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡ଼ଙ୍ଗା):ଖଲ୍ଲିକୋଟ ଅଞ୍ଚଳରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଫଳରେ ଏନଏସି ଅନ୍ତର୍ଗତ ତୋଟାଗାଁରେ କାନ୍ଥ ଭୁଶୁଡି ଗୋଟିଏ ପରିବାରର ମାଆ ଆହତ ହୋଇଥିବା ବେଳେ ଅଳ୍ପକେ ଝିଅ ବର୍ତ୍ତି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ଏନ୍ଏସି ତୋଟାଗାଁ ର ଭଗବାନ ବାରିକଙ୍କ ସ୍ତ୍ରୀ ଏବଂ ଝିଅ ଘରେ ଶୋଇଥିବା ସମୟରେ ଆଜି ଭୋର ସମୟରେ ଲଗାଣ ବର୍ଷା ହେବା ଫଳରେ ନଡ଼ା ଛପର ଘରର ପୁରୁଣା କାନ୍ଥ ଏବଂ ଘର ଦୁଲା ପଡି ଯାଇଥିଲା। ଭଗବାନଙ୍କ ସ୍ତ୍ରୀ ଆହାତ ହେବା ସହ ଅଳ୍ପକେ ବର୍ତ୍ତି ଯାଇଛି ଝିଅ.. । ଭଗବାନ ଚେନାଇ ରେ ଦାଦନ ଖଟୁ ଥିବା ବେଳେ ସ୍ତ୍ରୀ ଏବଂ ଝିଅ ଏଭଳି ନଡ଼ା ଛପର ଘରେ ରୁହନ୍ତି॥ ହେଲେ ପ୍ରଧାନମନ୍ତ୍ରୀ ଆଭାସ ଯୋଜନା ରୁ ବଂଚିତ ଥିବା ଏହି ପରିବାର କୁ ଘର ଯୋଗାଇ ଦେବା କୁ ନେହୁରା ହୋଇଛନ୍ତି ଭଗବାନଙ୍କ ସ୍ତ୍ରୀ ସୁଦେଷ୍ନା ବାରିକ ।


