ତୋର ମୋର
ଚନ୍ଦନ ତୁଳସୀ
ବାସ ଚହଟୁଛି
ଶ୍ରୀଅଙ୍ଗୁ କାଳିଆ ତୋର,
ଚୌରାଶି ଆଙ୍ଗୁଳ
ଶରୀର ମୋ ବାସେ
ଦୁର୍ଗନ୍ଧରେ ନିରନ୍ତର ।
ରାଗ ହିଂସା କ୍ରୋଧ
ହିଂସ୍ର ରୂପ ଧରି
ଦଂଶନ କରନ୍ତି ସଦା,
ମୋର ମୋର କହି
ମୁକ୍ତି ନ’ମିଳୁଛି
ସଂସାର ବନ୍ଧନେ ବନ୍ଧା ।
ମାୟା ମୋହ ଶର
ବିଦ୍ଧ ମୋ ଶରୀରେ
ଛଟ ପଟ ହୁଏ ନିତି,
ତୋ ବାସକୁ ମୁହିଁ
ଆଘ୍ରାଣ କରିଲେ
ପାଇବି ଗତି ମୁକତି ।
ସହି ନପାରଇ
ଡାକେ ତ୍ରାହି ତ୍ରାହି
ଉଧାର ହେ ମହାବାହୁ,
ଚନ୍ଦନ ତୁଳସୀ
ବାସ ଆଘ୍ରାଣରେ
ଏ ପିଣ୍ଡରୁ ପ୍ରାଣ ଯାଉ ।
ଏତିକି କରୁଣା
ନକରିବ ଉଣା
ମୁଁ ତୁମ କିଣା ଚାକର,
ଦୁର୍ଗନ୍ଧରେ ପଡି
ଜୀବ ଗଲେଚାଲି
ଅପଯଶ ତୋର ମୋର ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ