ତ୍ରିକୋଣୀୟ ପ୍ରେମର କରୁଣ ପରିଣତି ,୬ ଦିନ ପରେ ପୋଲିସ ଜାଲରେ ଫସିଲେ ଅଭିଯୁକ୍ତ

ଭଞ୍ଜନଗର ,(ଯୁଗାବ୍ଦ ନ୍ୟୁଜ୍) : ଭଞ୍ଜନଗର ତ୍ରିକୋଣୀୟ ପ୍ରେମ ଘଟଣାକୁ ନେଇ ଅତି ଜଘନ୍ୟ ଭାବେ ସନ୍ତୋଷ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଈଥିଲା ।ଏହି ଘଟଣାରେ ଅଭିଯୁକ୍ତ ହତ୍ୟାକାରୀ ମାନଙ୍କୁ ୬ ଦିନ ପରେ କାବୁ କରିବାରେ ମୟୂରଭଞ୍ଜ ପୋଲିସକୁ ମିଳିଛି ସଫଳତା । ସୂଚନା ଅନୁଯାୟୀ ଓଡିଶା ଓ ଝାଡଖଣ୍ଡ ର ମିଶ୍ରଣ ହୋଇଥିବା ନୁହାମାଳିଆ ଜଙ୍ଗଲରେ ହତ୍ୟା କାଣ୍ଡ ଘଟିଥିଲା ।ଯାହାର ଫର୍ଦାଫାସ କରିଥିଲା । ଝରପୋଖରିଆ ପୋଲିସ । ପ୍ରେସ ମିଟ୍ ମାଧ୍ୟମରେ ଏସଡିପିଓ ଝାରପୋଖରିଆ ଆଇଆଇସି ଶରତ ମେହେଳି÷କା ପ୍ରେସମିଟ କରି ସୂଚନା ଦେଇଥିଲେ ।ପୋଲିସ କହିବାନୁଯାୟୀ ପଶ୍ଚିମବଙ୍ଗ ଆସନବଣି ଗ୍ରାମର ଜଗଦିଶ ବରି ଦିର୍ଘଦିନ ଧରି ପ୍ରେମ କରିଆସୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରାମର ସନ୍ତୋଷ କାରକ ସହିିତ ପ୍ରେମ ସଂପର୍କ ଗଢିଉଠିଥିଲା । ପ୍ରଥମେ ଯୁବତୀର ପ୍ରେମରେ ପଡିଥିବା ଜଗଦିଶ ପ୍ରେମରେ ପ୍ରତାରିତ ହୋଇଥିବାରୁ ପ୍ରେମିକାର ନୁୂତନ ପ୍ରେମିକକୁ ହତ୍ୟା କରିବା ପାଇଁ ଜଗଦିଶ ସହ ତାର ୪ ସହଯୋଗୀ ମିଶି ସନ୍ତୋଷକୁ ହତ୍ୟା କରିବା ପାଇଁ ବ୍ଲୁପ୍ରିଣ୍ଟ ଆଲୋଚନା କରିଥିଲେ । ଏହାପରେ ଜଗଦିଶ ଓ ତାର ୪ ସହଯୋଗୀ ମିଶି ଏକ ମାରୁତି ଭ୍ୟାନରେ ବସାଇ ଏକ ହସଖୁସିରେ ଯାଇଥିଲେ । ଜାମଶୋଳା ଠାରେ ଥିବା ରାକ୍ଷୀ ଽଢାବାରେ ସନ୍ତୋଷକୁ ପଚୁର ମଦ ପିଆଇଥିଲେ ।ଏହା ପରେ ସନ୍ତୋଷକୁ ନୁହାମାଳିଆ ଜଙ୍ଗଲକୁ ନେଇ ଶାବଳ ସାହାର୍ଯ୍ୟରେ ଅତି ନିଷ୍ଠୁର ଭାବେ ସନ୍ତୋଷକୁ ନୃସଂଶ ଭାବେ ହତ୍ୟା କରିଥିଲେ । ହତ୍ୟାକରି ସମସ୍ତ ଅପରାଧି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । କୈାଣସି ସୁୂତରୁ ପୋଲିସ ଖବର ପାଇ ଝାରପୋଖରିଆ ପୋଲିସ ଟିମ ଓ ବାରିପଦାରୁ ଆସିଥିବା ସାଇଣ୍ଟିଫିକ୍ ଟି୍ମ୍ ପହଞ୍ଚି ଘଟଣା ସ୍ଥଳରୁ ୪ ଟି ମୋବାଇଲ ସମେତ ଶାବଳ ଓ ମାରୁତି ଭ୍ୟାନ ଜବତ କରିଥିଲା । ପୋଲିସ ଅପରାଧିକ ମାମଲା ୫୯/୨୦୧୯ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ