ତ୍ରିଦୀବସୀୟ ବର୍ଯ୍ୟବସ୍ତୁ ପରିଚାଳନା କର୍ମଶାଳା
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଯାତ୍ରୀନିବାସ ପରିସରରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳଖଣ୍ଡ ରାଇରଙ୍ଗପୁର, ମୟୂରଭଞ୍ଜ ଆନୁକୁଲ୍ୟରେ ତିନିଦିନିଆ ବର୍ୟ୍ୟବସ୍ତୁ ପରିଚାଳନା କର୍ମଶାଳା ଶୁଭାରମ୍ଭ ହୋଇଯାଇଛି ।ମୁଖ୍ୟଅତିଥିଭାବେ ବାମନଘାଟୀ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ ।କାର୍ୟ୍ୟନିର୍ବାହୀ ଅଧିକାରୀ ଇଂ ରତ୍ନାକର ଶିଅଳ ,ଜିଲ୍ଲା ପରିମଳ ଉପଦେଷ୍ଟା, ଚନ୍ଦନ ଗରେଇ,,ମିହିର କେତନ ଦାସ,ମାଷ୍ଟର ଟ୍ରେନର ସୁଦୀପ୍ତା ବାରିକ ପ୍ରମୁଖ ଯୋଗ ଦେଇ ବର୍ୟ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ଉପସ୍ଥିତ ସରପଞ୍ଚ,କନିଷ୍ଠଯନ୍ତ୍ରୀ,ଜିଆରଏସ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।ସେମାନେ ଯାଇ ସେମାନଙ୍କ ପଞ୍ଚାୟତ ଗୁଡିକରେ ୩୦ ସେପ୍ଟେମ୍ବର ସୁଦ୍ଧା ବର୍ୟ୍ୟବସ୍ତୁ ପରିଚାଳନା ତାଲିମ ଦେଇ ବର୍ୟ୍ୟବସ୍ତୁ ଓ ସୁସ୍ଥ ପରିବେଶ ଗଠନ ସୁଚାରୁରୂପେ ନିଭାଇବେ ।ଓଡିଶାର ପ୍ରଥମ ପର୍ୟାୟରେ ୩୦ ଟି ଜିଲ୍ଲାରୁ ୧୫୩ ଟି ଗ୍ରାପ କୁ ନେଇ ତନ୍ମଧ୍ୟରୁ ମୟୂରଭଂଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ୪ ଟି ଗ୍ରାପ,ଶୁକ୍ରୁଳି ବ୍ଲକର ୧ ଟି ଏବଂ ତିରିଂ ବ୍ଲକର ୧ଟି ଗ୍ରାମକୁ ନିଆଯାଇ ବର୍ୟ୍ୟବସ୍ତୁ ପରିଚାଳନା ତାଲିମ ଦେବାପାଇଁ ହାତକୁ ନେଇଛନ୍ତି।ଆଜିର ତାହାର ଶୁଭାରମ୍ଭ ହେଲା ।