ତ୍ରିରଙ୍ଗା ପଦଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ଓ ମୁଖ୍ୟ ଡାକ ଘର, ଛତ୍ରପୁରର ମିଳିତ ଆନୁକୂଲ୍ୟରେ ଭାରତ ସ୍ୱାଧିନତାର ୭୫ ବର୍ଷ ଉପଲେକ୍ଷ ତ୍ରିରଙ୍ଗା ପଦଯାତ୍ରା ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପଦଯାତ୍ରାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ଓ ମୁଖ୍ୟ ଡାକ ଘରର ଗୈାରହରୀ ପଣ୍ଡା, ସଞ୍ଜୟ କୁମାର ଦୋରା ଓ ନଳିନୀ କାନ୍ତ ପାତ୍ର ସମେତ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଙ୍କ ସହିତ ପ୍ରାୟ ୫୦୦ ଛତ୍ରଛାତ୍ରୀ ନଗର ପରିକ୍ରମା କରି ସ୍ୱାଧିନତାର ଅମୃତ ମହୋତ୍ସବ ସଚେତନତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ