ତ୍ରିରଙ୍ଗା ଯୁବକ ସଂଘର ନୂତନ କର୍ମକର୍ତା ଚୟନ

ହିଂଜିଳିକାଟୁ, (ଶେଷଦେବ ସାହୁ): ସ୍ଥାନୀୟ ସହରର ଅଗ୍ରଣୀ ଯୁବ ସଙ୍ଘଠନ ତ୍ରିରଙ୍ଗା ଯୁବକ ସଙ୍ଘ ପକ୍ଷରୁ ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ରଂଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଙ୍ଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଙ୍ଘ ପକ୍ଷରୁ ବର୍ଷା ଋତୁରେ ସ୍ଥାନୀୟ ପୌରାଂଚଳ ସମେତ ନିକଟସ୍ଥ ଗ୍ରାମାଂଚଳ ଗୁଡ଼ିକରେ ବୃକ୍ଷରୋପଣ କରାଯିବା ସହ ବନୀକରଣ ସକାଶେ ସବୁଜ କାନ୍ତ୍ରି ଅଭିଯାନକୁ ବ୍ୟାପକ କରାଯିବା ପାଇଁ ଏବଂ ଏହାର ସୁପରିଚାଳନା ସକାଶେ ସଙ୍ଘ ପକ୍ଷରୁ ଏକ ସବୁଜ ପରିବାର ଗଠନ କରାଯାଇଥିଲା । ପରିଶେଷରେ ସଙ୍ଘର ନୂତନ କର୍ମକର୍ତା ଚୟନ କରାଯାଇଥିଲା ସର୍ବସମ୍ମତି କ୍ରମେ ସଭାପତି ଭାବେ ରଂଜନ କୁମାର ସାହୁ, ଉପସଭାପତି ଭାବେ ପ୍ରଭାତ କୁମାର ମହାରଣା, ସମ୍ପାଦକ ଚିମନ କୁମାର ସାହୁ, ସାଦାରଣ ସମ୍ପାଦକ ଭାବେ ରଜତ କୁମାର ମହାରଣା ଓ କିରଣ କୁମାର ପୃଷ୍ଟି, କୋଷାଧ୍ୟକ୍ଷ ଭାବେ ସିପୁନ ପାଠିଙ୍କୁ ମନେନେୀତ କରାଯାଇଥିବା ବେଳ ସବୁଜ କ୍ରାନ୍ତି ଅଭିଯାନର ସଂଯୋଜକ ଭାବେ ଶିବଶମ୍ଭୁ ଗୌଡ଼ ଏବଂ ସହ ସଂଯୋଜକ ଭାବେ ଆଶିଷ ମହାନ୍ତିଙ୍କୁ ଚୟନ କରାଯାଇଥିଲା । କିଶାନ କୁମାର ପାତ୍ର, ସନ୍ୟାସି ପୃଷ୍ଟି, ଶରତ ଦାଶ, ପ୍ରଭୁଦତ ପାତ୍ର, ନିଳାଂଚଳ ମୁନିଙ୍କସମେତ ତ୍ରିରଙ୍ଗା ଯୁବକ ସଙ୍ଘର ବହୁ ସଦସ୍ୟ ଉପସ୍ଥିତ ଥିଲେ । ପରିଶେଷରେ ସରୋଜ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ