ତ୍ରିସ୍ତରୀୟ ନିର୍ବାଚନର ଜିଲ୍ଲା ପରିଷଦ ସଭ୍ୟପଦ ପାଇଁ ସଂରକ୍ଷଣ ଚିଠା ପ୍ରକାଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଆଗାମୀ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପୁନର୍ବାର ସଂରକ୍ଷଣ ଚିଠା ତାଲିକା ପ୍ରକାଶନ କରାଯାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ୩୨ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ସଂରକ୍ଷିତ ହୋଇଥିବା ଚିଠା ତାଲିକା ହେଉଛି ଆଳି ବ୍ଲକର ୧ ନଂ ଜୋନ – ଅନୁସୂଚିତ ଜାତି ମହିଳା, ୨ ନଂ.- ଅସଂରକ୍ଷିତ, ୩ନଂ- ମହିଳା, ୪ନଂ- ଅସଂରକ୍ଷିତ, କେନ୍ଦ୍ରାପଡ଼ା ବ୍ଲକର ୫ ନଂ. ଜୋନ -ଅନୁସୂଚିତ ଜାତି ମହିଳା, ୬ ନଂ.-ମହିଳା, ୭ ନଂ- ଅନୁସୂଚିତ ଜାତି ମହିଳା, ୮ ନଂ- ଅସଂରକ୍ଷିତ । ଗରଦପୁର ବ୍ଲକ ୯ ନଂ ଜୋନ – ମହିଳା, ୧୦ ନମ୍ବର- ଅସଂରକ୍ଷିତ, ୧୧ ନଂ- ମହିଳା । ଡେରାବିଶ ବ୍ଲକ ୧୨ ନଂ- ଅସଂରକ୍ଷିତ, ୧୩ ନଂ- ଅନୁସୂଚିତ ଜାତି, ୧୪ ନଂ.- ଅସଂରକ୍ଷିତ । ପଟ୍ଟାମୁଣ୍ଡାଇ ୧୫ ନଂ. ଜୋନ- ଅନୁସୂଚିତ ଜାତି ମହିଳା, ୧୬ ନଂ- ଅନୁସୂଚିତ ଜାତି, ୧୭ ନଂ- ମହିଳା, ୧୮ ନଂ- ଅନୁସୂଚିତ ଜାତି । ମହାକାଳପଡ଼ା ୧୯ ନଂ. ଜୋନ – ମହିଳା, ୨୦ ନଂ.- ଅସଂରକ୍ଷିତ, ୨୧ ନଂ- ମହିଳା, ୨୨ ନଂ – ଅସଂରକ୍ଷିତ, ୨୩ ନଂ – ଅସଂରକ୍ଷିତ । ମାର୍ଶର୍ାଘାଇ ବ୍ଲକ ୨୪ ନଂ- ଅସଂରକ୍ଷିତ, ୨୫ ନଂ- ଅନୁସୂଚିତ ଜନଜାତି ମହିଳା, ୨୬ ନଂ- ମହିଳା । ରାଜକନିକା ବ୍ଲକ ୨୭ ନଂ- ମହିଳା, ୨୮ ନଂ- ଅସଂରକ୍ଷିତ, ୨୯ ନଂ- ମହିଳା । ରାଜନଗର ବ୍ଲକ ୩୦ ନଂ- ଅସଂରକ୍ଷିତ, ୩୧ ନଂ- ଅସଂରକ୍ଷିତ ଓ ୩୨ ନଂ ଜୋନ- ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି । ସେହିପରି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରକାଶିତ ଚିଠା ତାଲିକାରେ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ