ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଚତୁର୍ଥ ଦିବସରେ ନାମାଙ୍କନ ପତ୍ର ଦାଖଲ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଫେବୃୟାରୀ ୧୬ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସକାଶେ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଶୁକ୍ରବାର ରହିଥିବା ବେଳେ ଚତୁର୍ଥ ଦିବସ ଗୁରୁବାର ଦିନ ସରପଞ୍ଚ ପଦବି ସକାଶେ ବଡ଼ଖଣ୍ଡ. ବୁୁରୁପଡା, କଞ୍ଚୁରୁ, ଖରିଡ଼ା, ନନ୍ଦିକ,ଶାସନଆମ୍ବଗାଁ ପଞ୍ଚାୟତରୁ ୨ଜଣ ଲେଖାଏଁ, ବେଲଗାଁ, ଭାବନ୍ଧ, ଚାନ୍ଦୁଲି, ଦାରୁଭଦ୍ରା,ଗଣ୍ଡଳା, ଧୋବାଡ଼ି ପଞ୍ଚାୟତରୁ ଜଣେ ଲେଖାଏଁ, ଦୁର୍ବନ୍ଧ, ସିକିରି, ରାଳବ ପଞ୍ଚାୟତରୁ ୩ଜଣ ଲେଖାଏଁ, ସାରୁ ଓ ମକରଝୋଳ ପଞ୍ଚାୟତରୁ ସର୍ବାଧିକ ୪ ଜଣ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମିତି ମେମ୍ବର ପଦବି ସକାଶେ ବଡ଼ଖଣ୍ଡି, ଦୁର୍ବନ୍ଧ ପଞ୍ଚାୟତରୁ ୨ଜଣ ଲେଖାଏଁ, ଖରିଡ଼ା, ଚାନ୍ଦୁଲି ପଞ୍ଚାୟତରୁ ୩ ଜଣ ଲେଖାଏଁ ଏବଂ ଭାବନ୍ଧ, ସିକିରି, ସାରୁ, ସାହାପୁର, ଶଶସନଆମ୍ବଗାଁ, ରାଳବ, ପୁଟିଆପଦର, ପୋଚିଲିମା, ନନ୍ଦିକ, କଞ୍ଚୁରୁ, ଧୋବାଡ଼ି ଓ ଦୟାପଲ୍ଲୀ ପଞ୍ଚାୟତରୁ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୱାର୍ଡ଼ ସଭ୍ୟ ସକାଶେ ସ୍ଥାନୀୟ ବ୍ଳକର ବେଲଗାଁ , ଭାବନ୍ଧ, ଚାନ୍ଦୁଲି, ଖରିଡ଼ା ପଞ୍ଚାୟତରୁ ୪ ଲେଖାଏଁ, ବୁରୁପୋଡ଼ା ପଞ୍ଚାୟତରୁ ଜଣେ, ଗଣ୍ଡଳା ପଞ୍ଚାୟତରୁ ୨ଜଣ, ମକରଝୋଳ ପଞ୍ଚାୟତରୁ ୩ଜଣ, ଦାରୁଭଦ୍ରା, ପୋଚିଲିମା ଓ ସିକରି ପଞ୍ଚାୟତରୁ ୫ ଜଣ ଲେଖାଏଁ, ଦୟାପଲ୍ଲୀ ପଞ୍ଚାୟତରୁ ୧୧, ଧୋବାଡ଼ି, ଶାସନଆମ୍ବଗାଁ, ସାହାପୁର ପଞ୍ଚାୟତରୁ ୬ ଜଣ ଲେଖାଏଁ, ନନ୍ଦିକ ପଞ୍ଚାୟତରୁ ୮ ଜଣ, , ପୁଟିଆପଦର ପଞ୍ଚାୟତରୁ ୭ଜଣ, ରାଳବ ପଞ୍ଚାୟତରୁ ୧୮ଜଣ, ସାରୁ ପଞ୍ଚାୟତରୁ ୧୫ ଓ ଦୁର୍ବନ୍ଧ ପଞ୍ଚାୟତରୁ ସର୍ବାଧିକ ୨୦ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ଦିବସ ଗୁରୁବାର ୩୫ ଜଣ ସରପଞ୍ଚ, ୨୨ ସମିତି ମେମ୍ବର ଓ ୧୪୨ ୱାର୍ଡ଼ ମେମ୍ବର ସକାଶେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ହିଞ୍ଜିଳିକାଟୁ ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ସୁତ୍ରରୁ ପ୍ରକାଶ । ଶୁକ୍ରବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ହୋଇଥିବା ବେଳେ ଶେଷ ଦିବସରେ ବହୁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି ।