ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ସଦର ମହକୁମା, ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ଉପଖଣ୍ଡର ୭ଟି ବ୍ଲକ କାର୍ଯ୍ଯାଳୟ, ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପାଇଁ ଫର୍ମ ନେବା ଓ ଦାଖଲ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ପ୍ରବଳ ଥଣ୍ଡା ପାଗସତ୍ବେ ରାଇରଙ୍ଗପୁର କେଚରୀ ସମେତ ବ୍ଳକ ଏବଂ ତହସିଲ କୋର୍ଟସମ୍ମୁଖରେ ଆଶାୟୀ ପ୍ରାର୍ଥୀ,ତାଙ୍କ ସମର୍ଥକଙ୍କ ଗହଳି ଦିନ ତମାମ ରହିଥିଲା । ଯାହାକି ନିର୍ବାଚନ ଉଷ୍ମତା ଧୀରେ ଧୀରେ ବୃଦ୍ଧି ପାଉଛି । ଆଜି ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟରେ ସମିତି ସଭ୍ୟ (ମହିଳା ସଂରକ୍ଷିତ) ଦୁଇ ପ୍ରାର୍ଥିନୀ ଏବଂ ସାନପାଖଣା ପଞ୍ଚାୟତର ଜଣେ ପ୍ରାର୍ଥୀ ସମେତ ୩ଜଣ ରାଇରଙ୍ଗପୁର ବିଡିଓ ତଥା ବ୍ଳକ ନିର୍ବାଚନ ଅଧିକାରୀ ସାଗର ମୁର୍ମୁଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେବଳ ପ୍ରାର୍ଥୀମାନେ ଫର୍ମ ନେଇଛନ୍ତି । ବହଳଦା ବ୍ଲକରେ ୩ ଜଣ ,କୁସୁମି ବ୍ଳକରେ ୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।ଉପଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ନିର୍ବାଚନ ପାଇଁ ସମସ୍ତ ବ୍ୟବସ୍ଥା ଠିକଠାକରେ ଚାଲିଛି । ଆସନ୍ତା କାଲି ଠାରୁ ନାମାଙ୍କନ ପାଇଁ ଗହଳି ଜୋରଦାର ଲାଗିବ ବୋଲି ଅନୁମାନ କରାଯାଉଛି ।