ତ୍ରୁଟି ପୁର୍ଣ ଓଭର ବ୍ରିଜ଼ ଉଦ୍ଘାଟନ ନକରିବା ପାଇଁ ବି ଜେ ପି ର ଦାବି
ବ୍ରହ୍ମପୁର,( ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଦୂର କରିବା ଓ ଯାନବାହାନ ଦୁର୍ଘଟଣାକୁ ହ୍ରାସ କରିବାପାଇଁ ଲୋକଙ୍କ ଯାତାୟାତ ସୁବିଧା ପାଇଁ ଆଙ୍କୁଲି – ଇଂଜିନିୟରିଂ ସ୍କୁଲ ଓ଼ଭେର ବ୍ରିଜ କାମ ତା ୦୭-୦୭-୨୦୧୫ ରିଖରେ ଆରମ୍ଭ ହୋଇ ତା ୦୬-୦୧-୨୦୧୮ ରିଖରେ ଶେଷ ହେବାର ଥିଲା l କିନ୍ତୁ ଆଦ୍ୟବଧି ପ୍ରକଳ୍ପ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ଆଙ୍କୁଲି ଶିଳ୍ପାଞ୍ଚଳ ଛକଠାରୁ ହୋଇପାରୁନଥିବା ଯୋଗୁଁ ବ୍ରିଜର ପାର୍ଶ୍ୱ ରାସ୍ତା ଅଣଓସାରିଆ ହୋଇଯାଇଛି l ଆଙ୍କୁଲି ଅଞ୍ଚଳ କୁ ଓ ଜାତୀୟ ରାଜପଥ -୧୬କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତା ସଂକୀର୍ଣ୍ଣ ହୋଇଯାଇଛି l ଆଗକୁ ହଳଦିଆପଦର ବ୍ରିଜ ପରେ ଏହି ବ୍ରିଜଟି ବ୍ରହ୍ମପୁର ସହରର ଦ୍ୱିତୀୟ ମୃତ୍ୟୁ କୁ ନିମନ୍ତ୍ରଣ କଲାଭଳି ବ୍ରିଜ ପାଲଟିବ l ପ୍ରଶାସନିକ ଏହି ବ୍ରିଜକୁ ତରବରିଆ ଭାବେ ଆସନ୍ତା ତା ୧୨-୦୯-୨୦୨୦ ରିଖରେ ଉଦଘାଟନ କାରବାପାଇଁ ସ୍ଥିର କରିଛନ୍ତି । ତେଣୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ଶିଳ୍ପାଞ୍ଚଳ ମଣ୍ଡଳ ଉକ୍ତ ବ୍ରିଜକୁ ଉଦଘାଟନ କଲେ ଘୋର ବିରୋଧ କରିବ ବୋଲି ଚେତାବନୀ ଦେଇଛନ୍ତି l ତେଣୁ ଭାରତୀୟ ଜନତା ପାର୍ଟି ଗୋପାଳପୁର ଧାନସଭା ଶିଳ୍ପାଞ୍ଚଳ ମଣ୍ଡଳ ଆଜି ଦିବା ୧୧ ଘଂଟିକା ସମୟରେ ଇଞ୍ଜିନିୟର ସ୍କୁଲ ପାଖରେ ଧାରଣାଦେଇ ପ୍ରଶାସନ ନିକଟରେ ଦାବି ଜଣେଇଛନ୍ତି । ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଶିବ ଶଙ୍କର ନାୟକ, ସିଦ୍ଧାର୍ଥ ଗଙ୍ଗଦେବ, କିରଣ ସାହୁ, ମଧୁସୂଦନ ସାହୁ, ଶିବ ପାତ୍ର, ପ୍ରଭାତ ଷଢଙ୍ଗୀ, ସୁଭାଷିନୀ ପଟନାୟକ, ଏଲ ମୋହନ ରାଓ, ବିକାଶ ପାଣିଗ୍ରାହୀ,ପ୍ରମୋଦ ମଣ୍ଡଳ, ତୁମ୍ବେଶ୍ୱର ନାୟକ, ସନ୍ତୋଷ ସାହୁ, ତ୍ରିନାଥ ରେଡ୍ଡୀ, ପି ରାଜେନ୍ଦ୍ର କୁମାର, ସୁମିତ ପାତ୍ର, ସୁନୀଲ ନାୟକ, ସୁଶାନ୍ତ ପାତ୍ର, ଜିତୁ ପାତ୍ର, କାଳିଆ ନାହାକ,ଗୁଡ଼ୁ ମହାପାତ୍ର, ନୀତେଶ ଜେନା, ରାଜେନ୍ଦ୍ର ସାହୁ, ସୁନୀଲ ସାହୁ, ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତି ଥିଲେ ।