ଥଇଥାନ ହେଲା ୧୭ ବର୍ଷିକ ନାବାଳିକା

ଜମନକିରା, (ଲିପନ ନାଏକ):ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଟଂନସରା ଗ୍ରାମର ଦୁଇ ଜଣ ନାବାଳକ ଏବଂ ଜଣେ ନାବାଳିକା କୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଇ ଥିବା ଖବର ପ୍ରକାଶିତ ହୋଇଥିଲା ଏବଂ ଜମନକିରା ଯୁବ ସାମ୍ବାଦିକ ଲିପନ ନାଏକ ଏବଂ ଅବଦୁଲ ଗୁଲାମ କାଦିର ଏ ସମ୍ପର୍କ ରେ ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର ସେଠିଙ୍କୁ ଅବଗତ କରାଇଥିଲେ ଏବଂ ତାଙ୍କ ଥଇଥାନ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ରବୀନ୍ଦ୍ର ଆଶ୍ୱାସନା ମଧ୍ୟ ଦେଇଥିଲେ। ଜମନକିରା ବିଡିଓ ଶ୍ରୀ ସେଠି ବିହିତ ପଦକ୍ଷେଫ ନେବାକୁ ଜମନକିରା ଶିଶୁ ବିକାଶ ଅଧିକାରୀ ମମତା ପଟେଲ ଙ୍କୁ ଆଦେଶ ଦେଇଥିଲେ। ବିଡ଼ିଓ ଶ୍ରୀ ସେଠି ଏବଂ ଶୀ ଡ଼ି ପି ଓ ଶ୍ରୀମତୀ ପଟେଲ ଙ୍କ ପ୍ରଚେଷ୍ଟା ରେ ସୋମବାର ଦିନ ଜଣେ ନାବାଳିକା ଙ୍କୁ ସମ୍ବଲପୁର ଏଡ୍ .ଏଟ.ଆକ୍ସନ ର ଜିଲ୍ଲା ସଂଜୋଜିକା ସୁନୀତା ତ୍ରିପାଠୀଙ୍କ ସହଯୋଗ ରେ ସମ୍ବଲପୁର ଧନକଉଡ଼ାଠାରେ ଥିବା ଉତ୍କଳ ବାଲଶ୍ରମ ରେ ଥଇଥାନ କରାଯାଇଛି ଏବଂ ଅନ୍ୟ ଦୁଇ ଜଣ ନାବାଳକଙ୍କୁ ମଧ୍ୟ ଖୁବ ଶୀଘ୍ର ଥାଇଥାନ କରାଯିବ ବୋଲି ଶ୍ରୀ ସେଠି କହିଛନ୍ତି। ଜମନକିରା ବିଡିଓ ଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ କୁ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ