ଥଟ୍ଟା ତମାସାରୁ ଆରମ୍ଭ ଆଉ ହତ୍ୟାକାଣ୍ଡରେ ଶେଷ

ପୋଲସରା, (ଅନିଲ କୁମାର): ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ହୋଇଥିବା ଆମେ ଜାଣିଛନ୍ତି। ସେହିପରି ଦୁଇ ପଡୋଶୀ ଅଗଷ୍ଟ ୨୧ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ସମୟରେ ବସି ଥଟ୍ଟା ତମାସା ହେଉ ହେଉ ଉଗ୍ରରୂପ ଧାରଣ କରି ପଡୋଶୀ ଙ୍କ ମାଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ପୋଲସରା ଥାନା ଅନ୍ତର୍ଗତ ବଡ ପଙ୍କଳବାଡି ପଞ୍ଚାୟତର ବନରାମଚନ୍ଦ୍ରପୁର ଗ୍ରାମରେ। ଦୁଇ ପଡୋଶୀ ଚନ୍ଦନ ନାହାକ ଓ ଭାଗବତ ନାହାକ ଆରମ୍ଭ କରିଥିଲେ ଥଟ୍ଟା ତମାସା । ତାପରେ ଆରମ୍ଭ ହେଲା ଉଚ୍ଚବାଚ ଓ ପରେ ଆକ୍ରମଣ। ଚନ୍ଦନ ନାହାକ ଉତ୍ୟକ୍ତ ହୋଇ ଏକ ଠେଙ୍ଗାରେ ଭାଗବତ ନାହାକଙ୍କୁ ଆକ୍ରମଣ କରି, କରିଦେଇଥିଲେ ରକ୍ତାକ୍ତ। ଖବର ପାଇ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଆହତ ଭାଗବତ ନାହାକ ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ହେଲେ ଡାକ୍ତର ଘୋଷଣା କରିଥିଲେ ଭାଗବତ ମୃତ ବୋଲି। ଆକ୍ରମଣ କରିବା ପରେ ଚନ୍ଦନ ନାହାକ ଫେରାର ଥିବା ବେଳେ ଭାଗବତ ନାହାକଙ୍କ ପରିବାରର ଅଭିଯୋଗ ପରେ ୨୯୩/୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଜଣାପଡ଼ିଛି ଯେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ଆସନ୍ତା କାଲି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ