ଥମୁନି ହାତୀ ଆତଙ୍କ
ରାଇରଙ୍ଗପୁର,(,ଅକ୍ଷୟ କୁମାର ବିଶ୍ୱାଳ): କରଞ୍ଜିଆ ବନ ଖଣ୍ଡ ରେ ଥମୁନି ହାତୀ ଆତଙ୍କ ।ଦେଢ଼ ମାସ ହବାକୁ ବସିଲାଣି ୨୨ ଟିକିଆ ଝାରଖଣ୍ଡି ହାତୀ ପଲ କରଞ୍ଜିଆ ବନ ଖଣ୍ଡ ରେ ଉପଦ୍ରବ ଜାରି ରଖିଛନ୍ତି ।ଦିନ ବେଳେ ଛଟ ମୋଟ ଜଙ୍ଗଲ ରେ ରହୁଥିବା ବେଳେ ସଞ୍ଜ ହେଲେ ଜନ ବସତି ମୁହାଁ ହେଉଛନ୍ତି ଏବଂ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ।ଦେଢ଼ ମାସ ହେଲାଣି ବନ ବିଭାଗ ହାତୀ ପଲଙ୍କୁ ଘଉଡ଼ାଇ ବାକୁ ଚେଷ୍ଠା କରୁଥିଲେ ବି ହାତୀ ପଲଙ୍କୁ ଘଉଡ଼ାଇ ପାରି ନାହାନ୍ତି । କରଞ୍ଜିଆ ବନଖଣ୍ଡ ରେ ରହଣି ଭିତରେ ଗୋଟାଏ ହାତୀ ଛୁଆ ମଧ୍ୟ ଜନ୍ମ ହୋଇଛି ଏବଂ ସଂଖ୍ୟା ବୃଦ୍ଧି ପାଇ ୨୩ ରେ ପହଁଚିଛି ।ହାତୀ ଆତଙ୍କ ରେ ଅଂଚଳ ବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।