ଥାନପତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଂଚାୟତ ରାଜେନ୍ଦ୍ରପୁର ଖେଳ ପଡ଼ିଆ ଠାରେ ମା ଥାନପତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ସତ୍ୟବ୍ରତ ପାଲ ଓ ରଞ୍ଜିତ ଜେନା ଯୋଗଦେଇ ତୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ପାଇମହୁରା ଓ ଛତାବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅମ୍ପେୟାର ଭାବେ ଅମଳେଶ ଖଟୁଆ ଓ ସୁନୀଲ ସ୍ୱାଇଁ ଖେଳ ପରିଚାଳନା କରିଥିବା ବେଳେ ଭଷ୍ୟକାର ଭାବେ ରାଜେଶ ରାଉତ ଦାୟିତ୍ୱ ତୁଲାଇଥିଲେ । ଏଥିରେ ୧୬ଗୋଟି ଦଳ ଭାଗ ନେବେ ବୋଲି ମା ଥାନପତି କ୍ରିକେଟ କ୍ଲବ ପକ୍ଷରୁ ଜଣାଯାଇଛି ।


