ଥାନାରୁ ଚମ୍ପଟ ମାରିଥିବା ଗଞ୍ଜେଇ ବେପାରୀ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନାରୁ ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା ଗଂଜେଇ ବେପାରୀ ସନାତନ କରଡ଼ା ଗିରଫ ହୋଇଛି। ୨୦୨୦ରେ ମୋହନା ପୁଲିସ ୧,୦୫୩ କେଜି ଗଂଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରି ଥାନା ହାଜତରେ ରଖିଥିଲା । ସେମାନଙ୍କ ମଧ୍ୟରୁ ସନାତନ ପରିସ୍ରା ଯିବା ବାହାନାରେ ଥାନା ପରିସରରୁ କାନ୍ଥ ଡେଇଁ ଚମ୍ପଟ ମାରିଥିଲା। ଏହି ଘଟଣାରେ ଡ୍ୟୁଟିରେ ଥିବା ଦୁଇ କନଷ୍ଟେବଳ ଓ ଦୁଇ ଗୃହରକ୍ଷୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ତେବେ, ପୁଣି ସନାତନ ବାଚିପାଙ୍କା ଗ୍ରାମକୁ ଗଞ୍ଜେଇ କାରବାରରେ ଆସିଥିବା ଖବର ପାଇ ଆଜି ଘଟଣାସ୍ଥଳରେ ପୁଲିସ ଟିମ୍ ପହଞ୍ଚିଥିଲେ ଏ ଏବଂ ତାକୁ କାବୁ କରିବାରେ ସଫଳ ହୋଇଥିଲେ ବୋଲି ମୋହନା ଆଇଆଇସି ବସନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି।


