ଥାନାର ଦ୍ୱାରସ୍ଥ ହେଲେ ବୋହୁ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତର ମତାବାଜ ଗ୍ରାମରେ ଜଣେ ବୋହୁଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ଓ ଦିଅର ମିଳିମିଣି ଆକ୍ରମଣ କରିଥିବା ନେଇ ମହିଳା ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ଗୋଲେଖ ଓଝାଙ୍କ ପୁଅ ବିକାଶ ଓଝା ୨୦୧୫ ମସିହାରେ ଭଦ୍ରକ ଜିଲ୍ଲା ରଘୁନାଥପୁର ଗ୍ରାମର ଅନୁସୟା ଓଝାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିକାଶ ଓ ଅନୁସୟା ଉଭୟ ପରଷ୍ପରକୁ ଭଲପାଇ ବିବାହ କରିଥିବାରୁ ବିବାହ ସମୟରେ ଅନୁସୟାଙ୍କ ପରିବାର ପକ୍ଷରୁ ସେପରି କିଛି ଯୌତୁକ ଦେଇପାରି ନଥିଲେ । ବିବାହର କିଛିଦିନ ପରେ ବିକାଶ ସ୍ତ୍ରୀ ଅନୁସୟାକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । ବିକାଶ ଅନ୍ୟଜଣେ ସ୍ତ୍ରୀ ଲୋକ ସହିତ ପ୍ରେମ ସମ୍ପର୍କ ରଖିଥିବାରୁ ଏହାକୁ ନେଇ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ଲାଗୁଥିଲା । ଏନେଇ ଗ୍ରାମରେ ଭଦ୍ରକ ଲୋକଙ୍କୁ ନେଇ ବୈଠକ ହେବାପରେ ସ୍ୱାମୀ ସ୍ତ୍ରୀ ତିନିମାସ ପର୍ଯ୍ୟନ୍ତ ଏକାଠି ରହିବାକୁ ଭଦ୍ରବ୍ୟକ୍ତିମାନେ ନିଷ୍ପତି ଶୁଣାଇ ଥିଲେ । କିନ୍ତୁ ଗତକାଲି ଅନୁସୟାଙ୍କ ସ୍ୱାମୀ ଘରୁ ଲୁଚିକରି ତାମିଲନାଡୁ ପଳାଇଥିଲା । ଏହାକୁନେଇ ଅନୁସୟା ତାର ଶାଶୁ ଶ୍ୱଶୁରଙ୍କୁ ତୁମେ ସାମିଲ ହୋଇ ତାଙ୍କୁ ପଠାଇଦେଲବୋଲି କହିବାରୁ ସେମାନଙ୍କ ଭିତରେ ସହିତ ଝଗଡା ହୋଇଥିଲା । ଏହାକୁନେଇ ଶ୍ୱଶୁର, ଶାଶୁ ଓ ଦିଅର ଏମାନେ ମିଳିତ ହୋଇ ଅନୁସୟାଙ୍କୁ ଆକ୍ରମଣ କରିଥିବାରୁ ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ସୃଷ୍ଟି ହୋଇଛି । ଶାଶୁ ଶ୍ୱଶୁର ଓ ଦିଅର ଅନୁସୟାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ଅନୁସୟା ଭୟଭିତ ହୋଇ ନିଜର ଏକ ଛୋଟ ଝିଅକୁ ସାଥିରେ ଧରି ନନ୍ଦିପଦା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛି । ଖବରପାଇ ଷଡଙ୍ଗ ପଞ୍ଚାୟତର ସରପଞ୍ଚ ନନ୍ଦିପଦା ଥାନରେ ପହଞ୍ଚି ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ପାଇଁ ଉଦ୍ୟମ ଜାରି ରଖିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ