ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ନିଳମ୍ବିତ ହେଲେ ଏସ୍.ଆଇ
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଳା ପାଟପୁର ଥାନା ଅଧିକାରୀ ଅଜୟ ବାରିକଙ୍କୁ ମାଡ ମାରିବା ସହ ପାଟପୁର ଥାନାର କାର୍ଯ୍ୟରତ ଏସ୍.ଆଇ ନିଳମ୍ବିତ ହୋଇଥିବା ଜଣାପଡିଛି । ନିଳମ୍ବିତ ହୋଇଥିବା କାର୍ଯ୍ୟରତ ଏସ୍.ଆଇ ପ୍ରିତି ମଂଜରି ଗଡ ନାୟକ ବୋଲି ଜଣାପଡିଛି । ଥାନା ଅଧିକାରୀ ଅଜୟ କୁମାର ବାରିକ ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାର ତଦନ୍ତ ଭାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ରଙ୍କୁ ଦିଆଯାଇଥିବା ଜଣାପଡିଥିବା ବେଳେ ଗଂଜାମ ଏସପି ବ୍ରିଜେଶ ରଏ ସୂଚନା ଦେଇଛନ୍ତି ।