ଥାନା ଆଗରେ ପୋଲିସ କଟକଣା ଢିଲା ଯୋଗୁ ଦୁର୍ଘଟଣା ବୃଦ୍ଧି

ବାଲିକୁଦା,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ଥାନା ଆଗରେ ପୋଲିସ କଟକଣା ଢିଲା ହେବାରୁ ଜଗତସିଂହପୁରରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାର ଅଭିଯୋଗ ହେଉଛି । କୋଭିଡ୍ କଟକଣାରେ ଜଗତସିଂହପୁର ପୋଲିସ ବ୍ୟସ୍ତ ଥିବାରୁ କେତେକ ସ୍ଥାନରେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ସଡକ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି । ସେମାନେ ନିଜକୁ ସେଲ୍ଫ୍ ଡିଫେନ୍ସ ବୋଲି ପରିଚୟ ପ୍ରଦାନ କରୁଛନ୍ତି । ଏମାନେ ଥାନା ଛକରେ ଠିଆ ହୋଇ ଜନଗହଳୀ ଦେଖୁଛନ୍ତି । ସେହି ବାଟରେ ବିନା ହେଲମେଟରେ ବାଇକ୍ ଚାଳକ, ବିନା ମାକ୍ସରେ ସ୍କୁଟି ଚାଳକ ଓ ବାଇକରେ ତିନି ଚାରି ଜଣ ବସି ଦ୍ରୁତଗତିରେ ଯାଉଛନ୍ତି । କୋଭିଡ୍ କଟକଣା ପୁରା ଢିଲା ହେଲା ପରି ମନେ ହେଉଛି । ଏଥି ପାଇଁ ଅମାନିଆ ମାନେ ବିନା କାମରେ ଦ୍ରୁତ ଗତିରେ ଗାଡି ଚଳାଇ ଏ ଗଳିରୁ ସେ ଗଳି ଚକର ମାରୁଛନ୍ତି । ଯାହାକି ସଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଏବେ ଜଗତସିଂହପୁର ଥାନା ଅଧିକାରୀ ଅସୁସ୍ଥ ଅଛନ୍ତି । ତଥାପି ଉପରିସ୍ଥ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେବାକୁ ସବୁ ମହଲରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ