ଥାନା ଘେରାଉ ବେଳେ ପୋଲିସ ଅଟକାଇଲା ,ବ୍ଲକ ଚେୟାରମେନ ମଧ୍ୟସ୍ଥତା ସାଜିଲେ

କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):ବେଆଇନ ମଦ ବିକ୍ରିକୁ କେନ୍ଦ୍ର କରି ସଦର ଥାନା ଅଧିନସ୍ଥ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଚଣ୍ଡିପଦର ହରିଜନ ସାହିରେ ଏପ୍ରିଲ ୧୨ ତାରିଖ ରାତିରେ ମଦ ଚଢଉ କରିବା ସମୟରେ କାର୍ଯ୍ୟରତ ଥିବା ନିମଖଣ୍ଡି ଫାଣ୍ଡି ଅଧିକାରୀ ଓ ଜଣେ ଗୃହରଖିଙ୍କୁ ଚୋରା ବେପାରୀ ମାନେ ମାଡ ମାରିଥିବା ଅଭିଯୋଗ ହୋଇଥିଲା lଏହି ଘଟଣାରେ ଆହାତ ଫାଣ୍ଡି ଅଧିକାରୀ ଓ ହୋମଗାର୍ଡଙ୍କୁ କୁକୁଡାଖଣ୍ଡି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଆକ୍ରମଣ କରିଥିବା ୩୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ସଦର ଥାନାରେ ୧୧୨/୨୦ ମାମଲା ରୁଜୁ କରାଯାଇଥିଲା l ଉକ୍ତ ଘଟଣା ପରେ ପୋଲିସ ଚଢ଼ଉ କରି ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିଲା l କିନ୍ତୁ ପରବର୍ତ୍ତୀ ସମୟରେ ଚଢ଼ଉ କରି ପୁଣି ୮ ଜଣଙ୍କୁ ଗିରଫ କରିଥିଲା ସଦର ପୋଲିସ lଏହି ଘଟଣା ପରଠାରୁ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ lଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିଲା l କିନ୍ତୁ ସୋମବାର ସନ୍ଧ୍ୟାରେ ପୁଣି ଉକ୍ତ ଗ୍ରାମରେ ସଦର ଏବଂ ନିମଖଣ୍ଡି ଫାଣ୍ଡି ପୋଲିସ ଚଢ଼ଉ କରିବା ସହ ୫ ଜଣକୁ ଥାନାକୁ ଆଣି ଅଟକ ରଖିଥିବା ନେଇ ଅତିରିକ୍ତ ଥାନା ଅଧିକାରୀ ବିଶ୍ୱନାଥ ଜାଲିଙ୍କ ଠାରୁ ସୂଚନା ମିଳିଛି l ବର୍ତ୍ତମାନ ସୁଦ୍ଧା ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରାରେ ମଦ ଏବଂ ନକଲି ଗୁଟକା ପ୍ରସ୍ତୁତି ହୋଇ ବିକ୍ରି ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି lଅନ୍ୟ ପଷେ ପୋଲିସ କୁ ୪ ଜଣ ବ୍ୟକ୍ତି ହିଁ ଆକ୍ରମଣ କରିଛନ୍ତି ଏବଂ ପୋଲିସ ଜାଣିଶୁଣି ଗ୍ରାମବାସୀ ଙ୍କ ନାରେ ମିଥ୍ୟା ମାମଲା କରି ଗିରଫ କରି ଗ୍ରାମବାସୀ ଙ୍କୁ ହଇରାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।୨୦୦ ଗ୍ରାମବାସୀ ଚାଲିଚାଲି ସଦରଥାନା ଘେରାଉ କରିବାକୁ ଆସୁଥିବା ଖବର ପାଇ ପୋଲିସ ଗ୍ରାମବାସୀ ପାଖରେ ମୁଣ୍ଡ ନୁଆଇ ସ୍ଥାନୀୟ ଚେୟାରମେନ ଙ୍କୁ ମଧ୍ୟସ୍ଥତା କରି ଅଟକ ୫ ମଧ୍ୟରୁ ୪ ଜଣଙ୍କୁ ଛାଡିଦେଇଥିଲା।ପୋଲିସ ଗ୍ରାମବାସୀ ଙ୍କୁ ଯୋଗିଆପଲ୍ଲୀ ଠାରେ ଅଟକାଇ ଦେଇଥିଲା ।ମଙ୍ଗଳବାର ସମସ୍ତଙ୍କ ଉପସ୍ଥିତିରେ ଗ୍ରାମରେ ବୈଠକ କରାଯାଇ ଏହାର ସମାଧାନ କରାଯିବ ବୋଲି ଚେୟାରମେନ ପ୍ରତିସୃତି ଦେବାରୁ ଗ୍ରାମବାସୀ ଫେରିଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ