ଥାନା ଘେରାଓ କଲେ ମହିଳା ସଫେଇ କର୍ମଚାରୀ

ବାଲେଶ୍ୱର, (ସରୋଜ ପଣ୍ଡା) : ବିନା କାରଣରେ ବାଲେଶ୍ୱର ପୌରପାଳିକା ପରିମଳ ଅଧିକାରୀଙ୍କ ଦ୍ୱାରା ଆକ୍ରୋଶର ଶିକାର ହୋଇଥିବା ମହିଳା ସଫେଇ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମହିଳାମାନେ ରବିବାର ସହଦେବଖୁଣ୍ଟା ଥାନା ଘେରାଓ କରିଥିଲେ । ସେମାନଙ୍କ ଅଭିିଯୋଗ ଅନୁସାରେ ପୌରପାଳିକାର ଠିକା ସଫେଇ କର୍ମଚାରୀ ଭାବେ ଭାସ୍କରଗଞ୍ଜ ଅଞ୍ଚଳର ସ୍ୱର୍ଗତ ଶମ୍ଭୁ ନାୟକଙ୍କ ପତ୍ନୀ କୁସୁମ ନାୟକ ଗତ ୨୧ ତାରିଖ ଦିନ ରାସ୍ତା ସଫେଇ କରୁଥିବା ବେଳେ ପରମଳ ଅଧିକାରୀ ବିପ୍ଳବ କେଶରୀ ଦାସ ତାଙ୍କୁ ନାନା ପ୍ରକାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ସେ ଆରୋପ ଉଠାଇଛନ୍ତି । ଏମିତିକି ଛୋଟ ଜାତି ବୋଲି କହି ଗାଳି ଦେଇଥିବା ସେ ଅଭଯୋଗ କରିଛନ୍ତି । ଘଟଣାର ତଦନ୍ତ ସହ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୁସୁମ ନାୟକ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଇତି ମଧ୍ୟରେ ୩ଦିନ ବିତି ଯାଇଥିଲେ ବି ଥାନାଧିକାରୀ ମାମଲା ରୁଜୁ ନ କରିବାରୁ ଶେଷରେ ମହିଳା ସଫେଇ କର୍ମଚାରୀମାନେ ଥାନା ଘେରାଓ କରିଥିବା କହିଥିଲେ । ଏନେଇ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାର ଅଭିିଯୋଗର ସତ୍ୟତାକୁ ନେଇ ତଦନ୍ତ ସହ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ