ଥାନା ଠାରୁ ୨୦୦ ମିଟର ଦୂରରେ ଲୁଟିନେଲେ କୋଟିଏ ଟଙ୍କାରୁ ଉର୍ଦ୍ଧ ସୁନା ଓ ରୂପା ଗହଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲା ମୋହନା ମୁଖ୍ୟ ବଢ଼ାର ସ୍ଥିତ ଶ୍ରୀହରି ଜୁଏଲର୍ସରୁ ଦୁର୍ବୃତ୍ତମାନେ କୋଟିଏ ଟଙ୍କାର ସୁନା ଓ ରୁପ ଅଳଙ୍କାର ଲୁଟି ନେଇଛନ୍ତି। ବୁଧବାର ରାତି ପ୍ରାୟ ସାଢେ ୯ଟା ପରେ ଲୁଟ୍ ହୋଇଛି। ସମ୍ପୂକ୍ତ ଘଟଣା ନେଇ ଗଜପତି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି. ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଲୁଟେରାମାନେ ୧ କୋଟିରୁ ଉର୍ଦ୍ଧ ଟଙ୍କାର ସୁନା ଓ ରୂପା ଗହଣା ଲୁଟି ଉଭାନ ହୋଇଯାଇଛନ୍ତି. ପରେ ଘଟଣାସ୍ଥଳରେ ଲାଗିଥ‌ିବା ସିସିଟିଭି ଫୁଟେଜ ଯାଞ୍ଚ ସହ ପୁଲିସ ମାମଲାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ଟେର ପାଇପାରିନି ପୋଲିସ. ସୂଚନାନୁସାରେ ମୋହ‌ନା ଶ୍ରୀହରି ଜୁଏଲର୍ସ ମାଲିକ ବି. ମୋହନ ରାଓ ଆଚାରୀ ପ୍ରତିଦିନ ଭଳି ବୁଧବାର ରାତି ପ୍ରାୟ ସାଢେ ୯ଟା ସମୟରେ ଦୋକାନ ବନ୍ଦ କରି ସମସ୍ତ ସୁନା, ରୂପା ଅଳଙ୍କାର ସ‌ହ ଟଙ୍କା ବ୍ୟାଗ ଧରି ଘରକୁ ଯିବା ପାଇଁ ବାହାରିଥିଲେ। ଦୋକାନ ସମ୍ମୁଖରେ ସେ ବ୍ୟାଗ ୨ଟି ରଖୁଥ‌ିବା ବେଳେ ଦୁଇଜଣ ଲୁଟେରା କଳା ରଙ୍ଗର ପଲସର ବାଇକରେ ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ। ପ୍ରାୟ ୧କିଲୋ ସୁନା ଓ ୫ କିଲୋ ରୁପା ଅଳଙ୍କାର ସହ ନଗଦ ୭୦ହଜାର ଟଙ୍କା ଲୁଟ୍ ହୋଇଛି ବୋଲି ଅଭିଯୋଗ ହୋଇଛି. ଲୁଟ୍ ହୋଇଥିବା ଅଳଙ୍କାରର ମୁଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ସେ କହିଛନ୍ତି। ମୋହନା ପୁଲିସ ଦୋକାନ ଆଗରେ ଥିବା ସିସିଟିଭି ପୁଟେଜ ଯାଞ୍ଚ କରିଥିଲେ । ଏଥିସହ ମୋହନା ମୁଖ୍ୟ ବଜାରରେ ଅନ୍ୟ ଦୋକାନ ଗୁଡିକର ସିସିଟିଳି ମଧ୍ୟ ପୁଲିସ ଯାଞ୍ଚ କରିଥିଲା । ଅଳଙ୍କାର ବ୍ୟାଗ ଧରି ଲୁଟେର ଚମ୍ପଟ ମାରିଥିବା ସିଲିଟିଭିରେ କଏଦ ହୋଇଥିବା ପୋଲିସ ଫୁଟେଜରୁ ଦେଖିପାରିଛି. ଲୁଟେରାଙ୍କୁ ଯେକୌଣସିମତେ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ତଦନ୍ତ ଓ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ