ଥାନା ପକ୍ଷରୁ ଫ୍ଲାଗମାର୍ଚ୍ଚ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଏସ୍ପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ଲାଗି ଫ୍ଲାଗମାର୍ଚ୍ଚ ଓ ସଚେତନତା କରାଯାଇଛି । ଏହି ଫ୍ଲାଗମାର୍ଚ୍ଚ ହେଉଥିବା ପରିପ୍ରେକ୍ଷୀରେ ଅଡବା, ମୋହନା, କାଶୀନଗର ଥାନା ପକ୍ଷରୁ ମଧ୍ୟ ଫ୍ଲାଗମାର୍ଚ୍ଚ କରାଯାଇଛି । ଅସାମାଜିକ ତତ୍ତ୍ୱକୁ ଦମନ କରିବା ସହ ଅପରାଧ ଓ ଅପରାଧୀ ମୁକ୍ତ ନିର୍ବାଚନ ପରିଚାଳନା ଉପରେ ପୁଲିସ ଅଧିକ ଗୁରୁତ୍ୱ ଦେଇଛି । ଏନେଇ ଜିଲ୍ଲା ପୁଲିସ ପକ୍ଷରୁ ଉତ୍ତେଜନା ଓ ଅତି ଉତ୍ତେଜନା ବୁଥ୍ ଓ ଗ୍ରାମଗୁଡିକ ଚିହ୍ନଟ କରିବା ସହ ଫ୍ଲାଗ୍ମାର୍ଚ୍ଚ କରାଯାଇଛି । ସେହିପରି ଚୁଡାନ୍ତ ତାଲିକା ପ୍ରକାଶ ପାଇବାପରେ ପ୍ରାର୍ଥୀମାନେ ଚଳଚଞ୍ଚଳ ହୋଇ ବିଭିନ୍ନ ଜାଗାରେ ପୋଷ୍ଟର ଓ ବ୍ୟାନର ଲଗାଇ ପ୍ରଚାର ଆରମ୍ଭ କରିଛନ୍ତି। ଭୋଟର ମାନେ ପ୍ରଭାବିତ ନ ହେଇ ନିର୍ଭୟରେ ଭୋଟ ଦାନ କରିବାକୁ କାଶୀନଗର ଥାନା ଅଧୀକାରୀ ସୁସାନ୍ତ କୁମାର ସାହୁ କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ପଞ୍ଚାୟତ, ହାଡୁଭାଙ୍ଗୀ, ଖାଣ୍ଡୱା ଓ ଗୋରିବନ୍ଧା ପଞ୍ଚାୟତ ମାନଙ୍କ ରେ ଶାନିତିଶ୍ରୁଙ୍ଖଳାରେ ନିର୍ବାଚନ କରିବାକୁ ଫ୍ଲାଗମାର୍ଚ କରି ସଚେତନ କରିଛନ୍ତି । ଏଥିରେ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇ ସହଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ