ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦଳିକୁ ନେଇ ଅଞ୍ଚଳବାସୀଙ୍କ ଦୁଃଖ ପ୍ରକାଶ
ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦଳିକୁ ନେଇ ଚିତ୍ରକୋଣ୍ଡା ଅଞ୍ଚଳର ଜନସାଧାରଣ ଦୁଃଖ ପ୍ରକାଶ କରିଛନ୍ତି । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକଙ୍କ ଚିତ୍ରକୋଣ୍ଡା ଥାନାରୁ ମାଥିଲି ଥାନାକୁ ବଦଳି ହୋଇଛି । ନାୟକ ଚିତ୍ରକୋଣ୍ଡା ଥାନାରେ ଯୋଗ ଦେବା ଦିନଠାରୁ ଅଞ୍ଚଳ ବାସିଙ୍କ ସହ ସୁଖ ଦୁଃଖର ସାଥି ହୋଇ ରହିଆସୁଥିଲେ ଏବଂ ଜନସାଧାରଣଙ୍କ ସହଯୋଗ କରିବା ସହ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକ ବନ୍ଧୁତା ସ୍ଥାପନ କରି ସାଧାରଣରେ ପ୍ରଶଂସିତ ହୋଇଥିଲେ ନାୟକ, ହଟାତ ତାଙ୍କ ବଦଳି ହୋଇଯାଇ ଥିବା ଶୁଣି ଅଞ୍ଚଳ ବାସି ଦୁଃଖ ପ୍ରକାଶ କରିଛନ୍ତି । ନାୟକ ମଧ୍ୟ ବହୁ ଜନସାଧାରଣଙ୍କ କଥାକୁ ନେଇ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ ଏଠାକାର ଜନସାଧାରଣ ସମସ୍ତେ ବହୁତ ଭଲ କିନ୍ତୁ ସେ କଣ କରିବେ ସରକାରଙ୍କ ନିର୍ଦେଶ ଅନୁଯାଇ ସେ କାର୍ଯ୍ୟ କରିବାକୁ ପଡିବ ବୋଲି କହିଛନ୍ତି । ଆଜି ଚିତ୍ରକୋଣ୍ଡା ଠାରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯିବା ସହ ଅଞ୍ଚଳର ଜନସାଧାରଣ ବାଜା ବାଜଣା ମଧ୍ୟରେ ବିଦାୟ ଦେଇଥିଲେ, ନାୟକ ମାଥିଲି ଅଭିମୁଖେ ଯାତ୍ରା କରିଛନ୍ତି ।


