ଥାନା ସମ୍ମୁଖରେ ଧାରଣା ଦେଲେ ନିର୍ଯ୍ୟାତିତ ମହିଳା

ନୟାଗଡ ,(ଯୁଗାବ୍ଦ ନ୍ୟୁଜ) : ନୟାଗଡଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ଜଣେ ନିର୍ଯ୍ୟାତିତ ମହିଳା । ଅଧିକ ଯୌତୁକ ଦାବିକରି ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ନିର୍ଯ୍ୟାତନା ଦେଉଥିବା ସେ କହିଛନ୍ତି । ସୁଚନାପ୍ରକାରେ, ମହିଳା ଜଣଙ୍କ ଚାନ୍ଦପୁର ଥାନା ଅନ୍ତର୍ଗତ ହରିହରପୁର ଗାଁର ପୁଷ୍ପଲତା ନାଏକ । ପୁଷ୍ପଲତା ୧୫ବର୍ଷ ହେବ ନିରଞ୍ଜନକୁ ବୈଦିକ ରିତିରେ ବିବାହ କରିଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ରହିଛି। ତେବେ ପୁଷ୍ପଲତାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ୪ଲକ୍ଷ ଟଙ୍କା ଯୈତୁକ ଦାବୀ କରି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ବିଗତ ୪ମାସ ପୁର୍ବେ ସେ ଚାନ୍ଦପୁର ଥାନାରେ ତାଙ୍କ ଶାଶୁ ମୀନାକୁମାରୀ ଓ ସ୍ୱାମୀ ନୀରଞ୍ଜନଙ୍କ ନାମରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଦାବିକରି ନିର‌୍ୟ୍ୟାତିତା ମହିଳା ଜଣକ ଥାନା ଆଗରେ ଧାରଣା ଦେଇଥିବା ବେଳେ ପୁଷ୍ପଲତାଙ୍କ ଦାବିକୁ ସମର୍ଥନ ଜଣାଇ ସ୍ଥାନୀୟ ଅଞ୍ଚଳର ମହିଳା ଗୋଷ୍ଠୀ ଏକତ୍ରିତି ହୋଇ ଥାନା ସମ୍ମୁଖ ଧାରଣାରେ ସାମିଲ ହୋଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ