‘ଥିଲେ ଦିଅ, ନଥିଲେ ନିଅ’ ଏକ ଆନ୍ଦୋଳନ – ମାୟାଧର

ବ୍ୟାସନଗର, (ଓ୍ବାଇଏନ୍ଏସ୍): ଥିଲେ ଦିଅ, ନଥିଲେ ନିଅ’ ଏବେ ସାରା ଓଡିଶା ଏବଂ ଦେଶର କେତେକ ସହରରେ ଆନ୍ଦୋଳନରେ ପରିଣତ ହୋଇଛି । ୨୦୧୮ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ନିଆରା ଅଭିଯାନ ନୂଆପୁରୁଣା ବସ୍ତ୍ର ସଂଗ୍ରହ କରି ରାଜ୍ୟର ୨୦ଟି ଜିଲ୍ଲାରେ ଏହି ବାର୍ତାର ପ୍ରବର୍ତକ ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ, ଆଜାଦୀ ଠେଙ୍ଗାବାହିନୀର ଚିଫ୍ କମାଣ୍ଡର କୃଷକ ଲକ୍ଷ୍ମଣ ଦାସଙ୍କ ନେତୃତ୍ୱରେ ୩୫ ଜଣ ସ୍ୱେଚ୍ଛାସେବୀ ବଂଟନ କରିଥିଲେ । ୨୦୨୦ ଜାନୁଆରୀରେ ଏହି ଅଭିଯାନର ଦାୟିତ୍ୱ ନେଇଥିଲେ ଉଡ୍ର ଚାରିଟେବୁଲ ସଂସ୍ଥା । ସେମାନେ ଏହି ଅଭିଯାନ ଚାଲୁ ରଖିଛନ୍ତି । ଏବେ ରାଜ୍ୟର ବିଭିନ୍ନ ସହରବଜାରରେ ସ୍ୱେଚ୍ଛାସେବୀମାନେ ଏହି ମହତକାର୍ଯ୍ୟକୁ କରୁଛନ୍ତି । ଏହି ମହତ କାର୍ଯ୍ୟ ପାଇଁ ଯେଉଁମାନେ ଆଗେଇ ଆସିଛନ୍ତି ସେମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ଭୋକରୁ ରକ୍ଷା ପାଇବା ପାଇଁ ଖାଦ୍ୟ ଦରକାର, ମୁଣ୍ଡ ଗୁଞ୍ଜିବାକୁ ବାସଗୃହ ଆବଶ୍ୟକ, ସେଇଭଳି ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ବସ୍ତ୍ର ନିହାତି ଆବଶ୍ୟକ । ଯେଉଁମାନଙ୍କ ପାଖରେ ଏହି ୩ଟି ଆବଶ୍ୟକୀୟ ନାହିଁ – ସେମାନଙ୍କ ଦୁଃଖ କହିଲେ ନସରେ । ସେମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ପ୍ରକୃତରେ ମହତକାର୍ଯ୍ୟ । ମଧ୍ୟବିତ, ଧନୀଲୋକଙ୍କ ଘରେ ଏତେ ପୋଷାକ ଅଛି, ତାହା ରଖିବାକୁ ଯାଗା ନାହିଁ । ସେମାନେ ପୁରୁଣା ବସ୍ତ୍ରକୁ କାହାକୁ ଦେବାକୁ ମଧ୍ୟ ଲଜ୍ଜାବୋଧ କରନ୍ତି । ପୁରୁଣାବସ୍ତ୍ରକୁ ଘରେ ସାଇତି ରଖିବା ଅପେକ୍ଷା ଯଦି ନଥିଲା ଲୋକଙ୍କ କାମରେ ଆସେ, ତାହେଲେ ଏକରକମ ପୂଣ୍ୟ କାର୍ଯ୍ୟ ବୋଲି ଧରିନେବାକୁ ହେବ । ଯେଉଁଠାରେ ସ୍ୱେଚ୍ଛାସେବୀମାନେ କିଛି ପୂଣ୍ୟ କାମ କରିବାକୁ ଇଛା କରୁଛନ୍ତି – ସେମାନେ ଗାଁରୁ ନୂଆପୁରୁଣା ବସ୍ତ୍ର ସଂଗ୍ରହ କରି ସେହି ଗ୍ରାମର ଅସହାୟମାନଙ୍କୁ ବଂଟନ କରନ୍ତୁ । ମନରେ ଶାନ୍ତି ଆସିବ । ବିଶେଷକରି ଦଳମତ ନିର୍ବିଶେଷରେ ଯୁବକଯୁବତୀମାନେ ନୂଆପୁରୁଣା ବସ୍ତ୍ର ସଂଗ୍ରହ କରି ବଂଟନ କରିବାର ଆବଶ୍ୟକତା ରହିଛି । ଏହି ଅଭିଯାନ ଓଡିଶାର ଗାଁ ଗାଁରେ ଚାଲୁ ରଖିବା ଏକାନ୍ତ ପ୍ରୟୋଜନ ବୋଲି ଶ୍ରୀ ନାୟକ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ