ଥୁଆମୂଳ ରାମପୁର ଗସ୍ତରେ ଲାଞ୍ଜିଗଡ ବିଧାୟକ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ନିଜ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡର ଥୁଆମୂଳ ରାମପୁର ବ୍ଲକ ଗସ୍ତରେ ଆସି ବିଧାୟକ ପ୍ରଦୀପ କୁମାର ଦିଶାରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ବିଧାୟକ ଶ୍ରୀ ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୋମବାର ବ୍ଲକର କାଣିଗୁମା ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟନ କରିବା ସହିତ ଏଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଏବଂ ସମାଧାନ କାର୍ଯ୍ୟକ୍ରମରେ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ।ସମ୍ମାନିତ ଅତିଥି ଭାବରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ଉପସ୍ଥିତ ରହିଥିଲେ।ତହସିଲଦାର ଈଶ୍ୱର ଚନ୍ଦ୍ର ଦାଶ,ଏବିଡିଓ ଭରତ କୁମାର ମେହେର,ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଟୁନି ଖୋସ୍ଲା,ସିଡିପିଓ ଶ୍ରୀମତୀ ମିନତୀବାଳା ପଟ୍ଟନାୟକ,ସ୍ଥାନୀୟ ସରପଞ୍ଚ ଧ୍ରୁବକାନ୍ତ ମାଝୀ, ସ୍ଥାନୀୟ ସମିତି ସଭ୍ୟା ଶ୍ରୀମତୀ ସୁରେନ୍ଦ୍ରୀ ନାଏକ,ଜିପିଇଓ ଶ୍ରୀ ଜ୍ଞାନ ରଞ୍ଜନ ଭୋଇ,ଡବ୍ଲ୍ୟୁ ଇଓ ଶ୍ରୀ ଗଙ୍ଗାଧର ବେହେରା ଏବଂ ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ଏଏସ୍ଆଇ ଶ୍ରୀ ଅଜୟ ନାୟକଙ୍କ ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣି ଏହାର ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ।ଅନ୍ତୋଦୟ ସଂସ୍ଥାର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାଶ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଞ୍ଚଳରେ ଜଙ୍ଗଲ ଜମି ଅଧିକାର ଆଇନର ସଫଳ ରୂପାୟନ ସହିତ ଚାଚିକନା ଗାଁ ଏବଂ ସେମେଲପଦର ଏହି ଦୁଇଟି ଗାଁ କୁ କିପରି ରାଜସ୍ୱ ଗ୍ରାମ ମାନ୍ୟତା ଦିଆଯିବ ସେନେଇ ଆଲୋଚନା କରିଥିଲେ।ଅଞ୍ଚଳ ବାସୀଙ୍କ ଜଙ୍ଗଲ ଅଧିକାର ବାବଦରେ ରହିଥିବା ସମସ୍ୟା ଏବଂ ସ୍ଥାନୀୟ ଅଞ୍ଚଳରେ ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତାରୁ ବଞ୍ଚିତ ରହିଥିବା ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହାପରେ ବ୍ଲକର ବାଗଡିଆଣି ଗ୍ରାମ ପଞ୍ଚାୟତର ମଧ୍ୟ ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟନ କରିଥିଲେ ବିଧାୟକ ଶ୍ରୀ ଦିଶାରୀ।,ବାଗଡିଆଣି ସରପଞ୍ଚ ଶ୍ରୀମତୀ ସୂର୍ଯ୍ୟ ମାଝୀ,ସମିତି ସଭ୍ୟ ଘାସିରାମ ମାଝୀ ଏବଂ ନାଏବ ସରପଞ୍ଚ ଶ୍ରୀମତୀ ଲତା ମଞ୍ଜୁରୀ ପାଣିଗ୍ରାହୀ,ବ୍ଲକ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ ଯନ୍ତ୍ରୀ ପ୍ରତାପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ