ଥୁଆମୂଳ ରାମପୁର ପେରମଞ୍ଜି ରେ ପରଜା ଉତ୍ସବ

କଳାହାଣ୍ଡି:ଜିଲ୍ଲା ସାଂସ୍କୃତି ପରିଷଦ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତା ଭାରତ ସରକାର ସଂସ୍କୃତି ମନ୍ତ୍ରଣାଳୟ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଙ୍କ ସୌଜନ୍ୟ ଓ ଶୁଭମ ପୁରୁନାଗୁମା ,କଳିଙ୍ଗ କୁସୁମ ଫାଉଣ୍ଡେସନ ଆୟୋଜନ ରେ ୧୮ ତମ ପରଜା ଉତ୍ସବ କଳାହାଣ୍ଡି ଜିଲ୍ଲା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ପେରମଞ୍ଜି ଠାରେ ଉଦଘାଟିତ ହୋଇଯାଇଛିମୁଖ୍ୟ ଅତିଥି ସୁଜିତ କୁମାର ସେଠ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ମୁଖ୍ୟବକ୍ତା ପରମେଶ୍ବର ମୁଣ୍ଡ ଆଦିବାସୀ ସଂସ୍କୃତି ଗବେଷକ ସଂମ୍ମାନୀତ ଅତିଥି ଗୌର ହରି ମିଶ୍ର, ଅକ୍ଷୟ ଦାସ ଯୋଗଦେଇଥିଲେସୁଶାନ୍ତ ସିଂହ ସଭାପତିତ୍ୱ ସଞ୍ଜୟ କୁମାର ମଞ୍ଚ ପରିଚାଳନା କରିଥିଲେ,ଏହି ପରଜା ଉତ୍ସବ ରେ ଯୋଗଦେବାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଅନେକ କଳାକାର ଓ ସାଂସ୍କୃତିକ ଦଳ ଭାଗ ନେଇଥିଲେ ଆସାମର ବୋଡ଼ ଝାଡ଼ଖଣ୍ଡ ର କରମା, ଭବାନୀପାଟଣା ମୃଣ୍ମୟୀ ଅନୁଷ୍ଠାନ ର ବାଜାସାଲ, ଗୋପାଳପୁର ବାଳକ ଉଚ୍ଚ ବିଦ୍ୟାଳୟର ଆଦିବାସୀ ନୃତ୍ୟ ରେ ପରଜା ଉତ୍ସବ ର ପ୍ରଥମ ଦିନ ର ସନ୍ଧ୍ୟା ରେ ବିମୋହିତ ହୋଇ ପଡିଥିଲେ ଦର୍ଶକ, ଏହି ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଦିବାସୀ ସଂସ୍କୃତି ପରମ୍ପରା ଓ ଚଳଣି ର ପ୍ରତିଛବି ଦେଖିବାକୁ ଦର୍ଶକ ମାନଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ