ଥୁଆମୂଳ ରାମପୁର ୩ ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଥୁଆମୂଳ ରାମପୁର,(ରଥ ଦୁରିଆ):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ମା ମାଣିକେଶ୍ବରୀଙ୍କ ନବ ନିର୍ମିତ ମନ୍ଦିରର ରତ୍ନମୁଦ ସହିତ ନବନିର୍ମିତ ଜଗନ୍ନାଥ ମନ୍ଦିର ଏବଂ ଶିବ ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ପୁର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ମଙ୍ଗଳବାର ସ୍ଥାନୀୟ କଲ୍ୟାଣ ମଣ୍ଡପ (ଅସ୍ଥାୟୀ ଜଗନ୍ନାଥ ମନ୍ଦିର)ପ୍ରାଙ୍ଗଣରେ ମନ୍ଦିର ନିର୍ମାଣ କମିଟିର ସଭାପତି ମାଣିକ୍ୟ ଚନ୍ଦ୍ର ନାଏକଙ୍କ ଆବାହନରେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଥୁଆମୂଳ ରାମପୁରର ମାଣିକେଶ୍ବରୀ ପୂଜା କମିଟି, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ଶିବ ମନ୍ଦିର ପରିଚାଳନା କମିଟି, ମନ୍ଦିର ନିର୍ମାଣ କମିଟିର କାର୍ଯ୍ୟକର୍ତ୍ତା ସତୃଘ୍ନ ଗହିର, ଉଦ୍ଧବ ପାତ୍ର, ପରମାନନ୍ଦ ନାଏକ,ମୁକୁନ୍ଦ ନାଏକ, ରବିନାରାୟଣ ପାଣିଗ୍ରାହୀ, ହିତେଶ ନାଏକ, ମନୋରଞ୍ଜନ ନାଏକ, କୃଷ୍ଣଚନ୍ଦ୍ର ନାଏକ, ଜୀବନାନନ୍ଦ ନାଏକ, ବିପିନ ବିହାରୀ ନାଏକ, ସୁବାଷ ଚନ୍ଦ୍ର ନାଏକ, ଗଣେଶ୍ବର ନାଏକ,ଦୁର୍ଗା ଦଳପତି, ଭରତ ଦଣ୍ଡସେନା, ସୁରେଶ ନାଏକ, ପ୍ରଦୀପ ପଣ୍ଡା, ବଳଭଦ୍ର ବାଗ ପ୍ରମୁଖ ସଦସ୍ୟ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଆସନ୍ତା ବୈଶାଖ ମାସର ଶୁଭ ଦିନ ଓ ସମୟ ନିର୍ଦ୍ଧାରିତ ହେଲା ପରେ ଏହି ୩ ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ପାଇଁ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।ରତ୍ନମୁଦ ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରାଯିବ ସେନେଇ ଆସନ୍ତା ୨୩ତାରିଖ ରବିବାର ଦିନ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ଏକ ଚୁଡାନ୍ତ ବୈଠକ ଅନୁଷ୍ଠିତ ହେବ।ସେଇ ଦିନ ରତ୍ନମୁଦ ଉତ୍ସବର ନିର୍ଦ୍ଦିଷ୍ଟ ଶୁଭ ଦିନ ଓ ବେଳା ଘୋଷଣା ହେବ। ରତ୍ନମୁଦ ଉତ୍ସବକୁ ପରିଚାଳନା ପାଇଁ ବିଭିନ୍ନ ସବ୍ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ