ଦଇବର ବିଚିତ୍ର ଲୀଳା କେବେ କରୋନା ତ କେବେ ସ୍ୱଳ୍ପ ବର୍ଷା ଚାଷୀ ମୁଣ୍ଡରେ ଚଡକ!

କୋଦଳା, (ଗୁଲସନ କୁମାର କର):ଗୋଟେପଟେ ସ୍ୱଳ୍ପ ବୃଷ୍ଟିପାତ ଅନ୍ୟପଟେ ସାରର ଅଭାବ ବିକ୍ରି, ଜିଲ୍ଲାର ଗରିବ ଚାଷୀ ମାନେ ଚିନ୍ତିତ।ଏପରି ବର୍ଷାଭାବ ଏବର୍ଷ ଚାଷୀମାନଙ୍କ ମନରେ ଧାନ ଚାଷ ନେଇ ଆଶଙ୍କା ସୃଷ୍ଟି କଲାଣି। ତଳି ଓ ରୁଆ କାର୍ଯ୍ୟ ମଧ୍ୟ ଏନେଇ ମନ୍ଥର ଗତିରେ ଚାଲିଛି।ବର୍ଷା ଅଭାବରୁ ଅଧିକାଂଶ ବୁଣା ଜମି ମଧ୍ୟ ଗଜା ମରୁଡି ହେବା ସହ ଧାନ ତଳି ଗୁଡିକ ପୋଡ଼ିଗଲାଣି,ଏପଟେ କରୋନା ପ୍ରଭାବ ଯୋଗୁଁ ଅନେକ ଚାଷୀ ଧାନ ବିକ୍ରି କରିପାରିନଥିବା ବେଳେ ବୁଣାଯାଇଥିବା ଧାନ ମରୁଡି ହେବାରେ ଲାଗିଲାନି। ବିଶେଷ ଭାବରେ ବେଗୁନିଆପଡା ବ୍ଳକର ଚାଷୀମାନେ ଚାଷ ପାଇଁ ବର୍ଷା ଜଳକୁ ଚାତକ ଭଳି ଅପେକ୍ଷା କରି ରହିଥାନ୍ତି। ଏହି ଖରିଫ ଋତୁରେ ଏଠାକାର ଚାଷୀ ଧାନ ଫସଲକୁ ମୁଖ୍ୟ ବେଉସା ଭାବରେ ଗ୍ରହଣ କରିଥାନ୍ତି। ମାତ୍ର ଜୁଲାଇ ମାସ ଶେଷ ହେବାକୁ ବସିଲାଣି ମୌସୁମିର ଦେଖାନାହିଁ।ଆଗକୁ ଯଦି ବର୍ଷା ନହୁଏ ତାହେଲେ ଚାଷ କାର୍ଯ୍ୟରେ ଗୁରୁତର ପ୍ରଭାବିତ ହେବା ସହ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି କେତେକାଂଶରେ ପ୍ରକାଶ ପାଇଛି।ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗର କର୍ମଚାରୀମାନେ କରୋନା ନିମନ୍ତେ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉନାହାନ୍ତି।ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାର ସମସ୍ତ ଉଠା ଜଳସେଚନ ପଏଣ୍ଟ ଗୁଡିକ କାର୍ଯ୍ୟକ୍ଷମ କରିବା ସହିତ କେନାଲରେ ପାଣି ଛାଡି ଧାନ ତଳି ବଞ୍ଚିବାକୁ ଚାଷୀମାନଙ୍କ ତରଫରୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ