ଦକ୍ଷତା ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୬୦ କୋଟି ଅନୁମୋଦନ

ଦକ୍ଷତା ବିକାଶ ପାଇଁ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଜାତୀୟ ସ୍କିଲ୍ ଡେଭଲପ୍ମେଂଟ୍ କର୍ପୋରେସନ୍(ଏନ୍ଏସ୍ଡିସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ୫୬୦ କୋଟି ଟଙ୍କାର ଅନୁଦାନ ଦେବାକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ୨୨ଟି ସଂଗଠନ ସହିତ ଚୁକ୍ତି କରାଯାଇ ୨.୫ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ । ଏହାଦ୍ୱାରା ୨୦୨୫ ଭିଜନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଆପରେଟିଂସ୍ ପଖୱାଡ଼ାର ଶୁଭାରମ୍ଭ କରିଛନ୍ତି । ଏନେଇ ୧୫ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ କହିଲେ, “ ଆମ ମନ୍ତ୍ରଣାଳୟ ସହଯୋଗରେଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରାଯାଇଛି । ଏନେଇ ବିଭିନ୍ନ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । ଯୁବବର୍ଗଙ୍କ ଲାଗି ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଏହାଦ୍ୱାରା ସେମାନଙ୍କର ଜୀବନଜୀବିକା ବିକାଶ ସମ୍ଭବ ହୋଇପାରିବ । ଏହାର ବଜାର ଆବଶ୍ୟକତା ସହିତ ଯୁବବର୍ଗଙ୍କ ଦକ୍ଷତା ଏବଂ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାକୁ ସକ୍ଷମ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ