ଦକ୍ଷିଣର ଶ୍ରୀକ୍ଷେତ୍ର ପାରଳାରେ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ଜୋରଦାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ. ଏଠାରେ ଆସନ୍ତା ମାସ ୭ ତାରିଖରେ ପାଳନ ହେବାକୁ ଥିବା ରଥଯାତ୍ରା ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସେଠାରେ ସମସ୍ତ ପ୍ରକାର କାର୍ଯ୍ୟ ତଦାରଖ କରିଥିବା ବେଳେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ମାଟି ରାସ୍ତାକୁ ପେଭରବ୍ଲକ ବିଛାଇବା, ଶୁଖିଲା ଭୋଗ ବିକ୍ରୟ କେନ୍ଦ୍ରକୁ ପୂର୍ଣ୍ଣକାଳୀନ ଗୃହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ଆଡ଼ପମଣ୍ଡପ ନିକଟରେ ଭକ୍ତଙ୍କ ପାନୀୟଜଳ ବ୍ୟବସ୍ଥା କରିବା ଓ ସମସ୍ତେ କିପରି ସୁବିଧାରେ ଠାକୁର ଦର୍ଶନ କରିପାରିବେ ସେନେଇ ଉପସ୍ଥିତ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳ ଜଗନ୍ନାଥମନ୍ଦିର ନିକଟରେ ତିନିରଥର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିବା ପାଇଁ କାରିଗରମାନଙ୍କୁ ନିର୍ଦେଶ ଦେଇଥିଲେ