ଦକ୍ଷିଣାଞ୍ଚଳ ଆଇଜି, ଗଞ୍ଜାମ ଏସପି ଙ୍କ ଉପସ୍ଥିତିରେ ୩୧୪୮ କେଜି ଗଞ୍ଜେଇ ପୋଡାଗଲା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତ ଖପରାଗଣ୍ଡ ଗ୍ରାମରୁ ଜବତ ଗଞ୍ଜେଇ କୁ ଶେରଗଡ଼ ଥାନା ଅନ୍ତର୍ଗତ ଆରଖପଦା ଚିମିନି ଭାଟିରେ ୩୧୪୮ ଗଞ୍ଜେଇ ପୋଡି ନଷ୍ଟ କରାଯାଇଛି।ମାନ୍ୟବର ଜିଲ୍ଲା ଅଦାଲତ ଙ୍କ ନିର୍ଦ୍ଦେଶ ପ୍ରକାରେ ପାଟପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଚଢାଉ କରି ୩୦/୬/୨୧ ରେ ଖପରାଗଣ୍ଡ ଗ୍ରାମ ରୁ ୩୧୪୮ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଆଜି ଡ୍ରଗ ଡିସପୋଜାଲ ଅଧ୍ୟକ୍ଷ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଏବଂ ଡ୍ରଗ ଡିସପଜାଲ କମିଟି ମେମ୍ବର ଅତିରିକ୍ତ ଜିଲ୍ଲାପାଳ ବିଶ୍ବମ୍ବର ରଥ, ଏ ସିଟି ଏଫ ଏସପି କି କିଶୋର କୁମାର ପାଣିଗ୍ରାହି,ଜିଲ୍ଲା ଅବକାରୀ ଏସପି ଧର୍ମେନ୍ଦ୍ର ନାରାୟଣ ନାଥ , ଅତିରିକ୍ତ ଏସପି ସୁଜିତ କୁମାର ନାୟକ ଶେରଗଡ଼ ଥାନା ରେ ପହଞ୍ଚି ସଭାଗୃହ ରେ ବୈଠକ ରେ ଜବତ ଗଞ୍ଜେଇ ପୋଡ଼ି ନଷ୍ଟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଏହାପରେ ପଦାଧିକାରୀ ମାନେ ଶେରଗଡ଼ ଥାନା ଅନ୍ତର୍ଗତ ଆରଖପଡ଼ା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମିନିରେ ଭାଟି ରେ ଉପସ୍ଥିତ ରହିପୋଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।ଆସିକା ଏସଡିପିଓ ଉମାଶଙ୍କର ସିଂ , ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଆଇ ଆଇ ସି ବସନ୍ତ ସେଠୀ, ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନଙ୍କ ସମେତ ଉଭୟ ବିଭାଗର କର୍ମଚାରୀ ଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଶେରଗଡ଼ ବ୍ଳକ ଅନ୍ତର୍ଗତ ଅରଖପଡା ଗ୍ରାମରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ଆଜି ପୋଡ଼ି ନଷ୍ଟ କରାଯାଇଥିଲା । ଗଞ୍ଜେଇ ପୋଡାଜିବା ପାଟପୁର ପୋଲିସ ପକ୍ଷରୁ ଦ୍ଵିତୀୟବୋଲି ସୂଚନା ଦିଆଯାଇଛି । ଏନେଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।