ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ପରିଦର୍ଶନ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ସ୍ଥିତ ଗଂଜାମ ଏସପିଙ୍କ କାର୍ଯ୍ୟାଳୟକୁ ଦକ୍ଷିଣାଚଂଳ ଡିଆଇଜି ସତ୍ୟବ୍ରତ ଭୋଇ ମଙ୍ଗଳବାର ପରିଦର୍ଶନ କରିଛନ୍ତି । ସେ ଏହି କାର୍ଯ୍ୟାଳୟରେ ଚାଲିଥିବା କ୍ରାଇମ୍ , ଡିଆଇବି ଓ ଏଚଆରପିସି ବିଭାଗ ଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପରିସରରେ ଥିବା ସମସ୍ତ ବିଭାଗ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିବା ସହ ନଥିପତ୍ର ଯାଂଚ କରିଥିଲେ । ଏହାସହ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଚାଲିଥିବା ମୋ ସରକାର କାର୍ଯ୍ୟକ୍ରମ, ଆମ ପୁଲିସ, ସ୍ୱଂୟ ସିଦ୍ଧା, ବରିଷ୍ଠନାଗରିକ ସୁରକ୍ଷା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଉପରରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କୁ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ, ଡିଏସପି ହେଡକ୍ୱାଟର ଅଜୟ କୁମାର ମିଶ୍ର, ଡିଆଇବି ଡିଏସପି ପି.କେ ଦଳାଇ, ଡିଏସପି ଏସ.ପ୍ରଧାନ, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର ଙ୍କ ସମେତ ବହୁ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ