ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିଦର୍ଶନ
ଛତ୍ରପୁର,(ଦେବଦତ୍ତ ମହାରଣା): ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି.ଆଓ ମଙ୍ଗଳବାର ପୂର୍ବାହ୍ନ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ନଥିପତ୍ର ଯାଞ୍ଚ କରିଥିବା ଜଣାପଡିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋ’ ସରକାର କକ୍ଷକୁ ଅନୁଧ୍ୟାନ କରି ଏହାକୁ ସୂଚାରୁ ରୁପେ କାର୍ଯ୍ୟକ୍ଷମ କରିବାକୁ ସେ ପରାମର୍ଶ ଦେଇଥିଲେ । ଏଥିସହ ଛତ୍ରପୁର ଉପଖଣ୍ଡସ୍ତରରେ ଚାଲିଥିବା ଭୋଟର ସଂଶୋଧନ ପ୍ରକ୍ରିୟାର ବିଭିନ୍ନ କାର୍ଯ୍ୟକୁ ତଦାରଖ କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ. ବିଜୟାନନ୍ଦ ସେଠୀ, ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ ଦୋରା ଓ ଅଶୋକ ପ୍ରଧାନ, ସେକ୍ସନ ଅଫିସର ପ୍ରଶାନ୍ତ ଶତପଥୀ, ରାଜସ୍ୱ ସହାୟକ ଅଖିଳ ସାବତ ଓ ସନ୍ତୋଷ କୁମାର ସାହୁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା, ରିକି ବିଷୋୟୀଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଯାଞ୍ଚ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।


