ଦକ୍ଷିଣ ଓଡ଼ିଶାର ପ୍ରଥମ କୃଷି ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ
ଗଞ୍ଜାମ- ଗଞ୍ଜାମ ସହର ସ୍ଥିତ ଜୟଶ୍ରୀ କୋଲନୀ ନିକଟ ନାକୀବନ୍ଧ ଠାରେ ଗ୍ରାସୀମ ଇଣ୍ଡୋଷ୍ଟିଜ ର ସିଏସଆର ଯୋଜନାରେ ଏକ କୃଷି ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ର ସରକାର ଙ୍କ ପି.ଏମ୍.କେ.ଭି.ୱାଇ ଯୋଜନା ରେ ଓ ଏସ୍ ସି ଆଇ ସହଯୋଗ ରେ ଏହି ପ୍ରଶିକ୍ଷଣ କେନ୍ଦ୍ର କୁ ଗ୍ରାସୀମ ଇଣ୍ଡୋଷ୍ଟଜ ର ୟୁନିଟ ମୁଖ୍ୟ ଶଶାଙ୍କ ଶେଖର ପାରିକ ଉଦ୍ଘାଟନ କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ଆଜିର ଯୁବପେଢ଼ି ଜୈବିକ କୃଷିଭିତିକ ପ୍ରଶିକ୍ଷଣ ମାଗଣାରେନେଇପାରିବେ । ଚାକିରୀ ପଛରେ ନଗୋଡେଇ ଅନ୍ୟ ରାଜ୍ୟ କୁ ନଯାଇ ନିଜେ ସ୍ୱାଭିଲମ୍ବୀ ହେବା ସହ ଦକ୍ଷିଣ ଓଡ଼ିଶାର ବାସିନ୍ଦା ମାନେ ଏହାର ଫାଇଦା ନେବାକୁ କହିଥିଲେ । ଅନ୍ୟତମ ଅତିଥି ରୂପେ ଏସ୍ ସି ଆଇ ର ଡିଜିଏମ ସନ୍ତୋଷ କୁମାର ପଣ୍ଡା ଯୋଗଦେଇ ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ । ମାତ୍ର ଆଜିର ଯୁବପେଢ଼ି କୃଷିପ୍ରତି ଆଗ୍ରହ ପ୍ରକାଶ ନ କରି ଚାକରି ପଛରେ ଗୋଡାଉଛନ୍ତି । ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର ଏହି ମାଗଣ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଥିବାରୁ ଯୁବ ପିଢ଼ି ବିଭିନ୍ନ ପ୍ରକାର ଜୈବିକ ଚାଷ ର ପ୍ରଶିକ୍ଷଣ ନେଇ ନିଜେ ଆର୍ଥିକ ସ୍ୱାଭିଲମ୍ବୀ ହେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଏସଆର ମୁଖ୍ୟ ରବୀନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ଦକ୍ଷିଣ ଓଡିଶାର ସମସ୍ତ ଗ୍ରାମଞ୍ଚଳ ଯୁବକ ଯୁବତୀ ମାନେ ଏହି କେନ୍ଦ୍ର ରେ ପ୍ରଶିକ୍ଷଣ ନେଇ ନିଜେ ଏହାର ଲାଭ ଉଠାଇବା ସହ ଅନ୍ୟମାନଙ୍କୁ ଏଥିରେ ସାମିଲ କରିବାକୁ କହିଥିଲେ । ଏହାକୁ ଗ୍ରାସୀମ ଇଣ୍ଡୋଷ୍ଟିଜ ର ସିଏସଆର ଅଧିକାରୀ ପ୍ରବୀଣ କୁମାର ଦାସ, ସୁଶାନ୍ତ କୁମାର ଦାସ ପରିଚାଳନା କରିଥିଲେ । ଏହି ଅବସରରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।


