ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ପାରଳା ରଥଯାତ୍ରାରେ ମୀନାବଜାର ପାଇଁ ସର୍ବନିମ୍ନ ୪୮. ୪୦ ଲକ୍ଷ ନିଲାମ ଇସ୍ତାହାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ଗୁଣ୍ଡିଚା ବାଡି ସମ୍ମୁଖରେ ଥ‌ିବା ପଡ଼ିଆରେ ମୀନା ବଜାର ଆୟୋଜନ ନିମନ୍ତେ ନିର୍ଦ୍ଧାରିତ ହୋଇଛି। ଏହି ମୀନା ବଜାର ପାଇଁ ନିଲାମ ଇସ୍ତାହାର ପ୍ରକାଶିତ ହୋଇଛି | ଯେ କୌଣସି ଇଛୁକ ବ୍ୟକ୍ତି ଆସନ୍ତା ୨୮ ତାରିଖ ୨.୦୦ଘଣ୍ଟା ସମୟ ମଧ୍ୟରେ ଟେଣ୍ଡର ପେପର ନିମନ୍ତେ ନିର୍ଦ୍ଧାରିତ ବାକ୍ସରେ ପକାଇବା ପାଇଁ ଆହ୍ବାନ କରାଯାଇଛି। ସେହିପରି ସେହିଦିନ ହିଁ ଅପରାହ୍ନ ୪ ଘଣ୍ଟା ସମୟରେ ଟେଣ୍ଡର ପେପର କମିଟିର ସଭ୍ୟ ଏବଂ ନିଲାମଧାରୀହ୍ମ ଉପସ୍ଥିତିରେ ଉପସ୍ଥିତିରେ ଟେଣ୍ଟର ପେପର ଖୋଲାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଟେଣ୍ଡରର ସର୍ବନିମ୍ନ ମୂଲ୍ୟ ୪୮ ଲକ୍ଷ ୪୦ ହଜାର ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଧାର୍ଯ୍ୟ ମୂଲ୍ୟରୁ କମ୍ ଦାମ ଉଲ୍ଲେଖ ଥିବା ଟେଣ୍ଡର ପେପର ବିଚାର ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ରଥଯାତ୍ରାର ମୀନା ବଜାର କମିଟି ପକ୍ଷରୁ ହୋଇଥିବା ଏକ ବୈଠକରେ ନିଷ୍ପଭି ହୋଇଥିବାର ଜଣାପଡ଼ିଛି I ମୁଖ୍ୟତଃ ତିନୋଟି ରତଥ ଅବସ୍ଥାପିତ ନିମନ୍ତେ ଚିହ୍ନଟ ହୋଇଥିବା ଅଞ୍ଚଳ ମଧ୍ୟରେ ମୀନାବଜାର ପରିବେଷଣ ନିମନ୍ତେ ଅନୁମତି ଦିଆଯିବ ନାହିଁ ଏବଂ ଟିକଟ ମୂଲ୍ୟରେ ବ୍ୟତିକ୍ରମ ପରିଲକ୍ଷିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ଆଦାୟ କରାଯିବ ବୋଲି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା ରଥଯାତ୍ରା କମିଟିର ସମ୍ପାଦକ ଅନୁପ ପଣ୍ଡା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ