ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ପାରଳାରେ ୩ ରଥରେ ନୀଳଚକ୍ର ସ୍ଥାପନ ହେଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ଆଜି ୩ ଗୋଟି ରଥରେ ନୀଳ ଚକ୍ରକୁ ସ୍ଥାପନ କରାଗଲା. ଯଥା ରୀତିନୀତି ଅନୁଯାଇ ପୂଜାପାଠ କରାଯିବା ପରେ ୩ ଗୋଟି ନୀଳ ଚକ୍ରକୁ ୩ ଗୋଟି ରଥରେ ସ୍ଥାପନ କରାଗଲା. ଆଗାମୀ ୭ ତାରିଖ ଦିନ ଠାରୁ ପାରଳାଖେମୁଣ୍ଡି ଠାରେ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି. ଏନେଇ ୩ ଗୋଟି ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି. ଏଥିସହ ରଥଯାତ୍ରାକୁ ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି.