ଦକ୍ଷିଣ ଓଡିଶା ବିଶ୍ବକର୍ମା କୁଳ ଗୌଞ୍ଜୁ ବଂଶର ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଦକ୍ଷିଣ ଓଡିଶା ବିଶ୍ବକର୍ମା କୁଳ ଗୌଞ୍ଜୁ ବଂଶର ଏକ ବୈଠକ ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀସ୍ଥିତ ଶ୍ରୀନୀଳକଣ୍ଠେଶ୍ବର ମନ୍ଦିର ପରିସରରେ ଥିବା ବଂଶର ସ୍ଥାୟୀ କାର୍ୟ୍ୟାଳୟ ଠାରେ ସଭାପତି ଲଡୁ କିଶୋର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ବଂଶର ସଂପାଦକ କାମରାଜୁ ମହାରଣା ଉପସ୍ଥିତ ବଂଶର ସମସ୍ତ ସଦସ୍ୟଙ୍କୁ ସ୍ବାଗତ କରି ପ୍ରସ୍ତାବ ଉପସ୍ଥାପନ କରିଥିଲେ ।ପ୍ରସ୍ତାବ ଅନୁସାରେ ଆଗାମୀ ମାଘ କିମ୍ବା ଫାଲ୍ଗୁନ ମାସରେ ନବ ନିର୍ମିତ ବୈଠକ ଗୃହ ପ୍ରତିଷ୍ଠା ଉତ୍ସବ ଓ ବଂଶର ସାଧାରଣ ସଭା ଆୟୋଜନ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଉଭୟ କାର୍ୟ୍ୟକ୍ରମକୁ ପରିଚାଳନା କରିବା ପାଇଁ ଏକ ଆଡହକ କମିଟି ଗଠନ କରାଯାଇଥିଲା ।ଇତିମଧ୍ୟରେ ବଂଶର ଜନଗଣନା କରାଯାଇ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ସର୍ଭେ କାର୍ୟ୍ୟ ସମ୍ପାଦନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।ଉଭୟ କାର୍ୟ୍ୟକ୍ରମକୁ ପରିଚାଳନା କରିବା ପାଇଁ ସଭ୍ୟ ମାନଙ୍କ ଠାରୁ ଆର୍ଥିକ ସହାୟତା ଗ୍ରହଣ କରାଯିବ ।ବଂଶର ଉପଦେଷ୍ଟା ରାଜଶ୍ରୀ ପଦ୍ମଚରଣ ମହାରଣା, ରାଜଶ୍ରୀ ଉପେନ୍ଦ୍ର ମହାରଣା ଓ କୋରା ମହାରଣାଙ୍କ ସମେତ କାର୍ୟ୍ୟକାରୀ ସଭାପତି ଅଭିମନ୍ୟୁ ମହାରଣା, କୋଷାଧ୍ୟକ୍ଷ ଯଦୁମଣି ମହାରଣା, ଉପସଭାପତି ଉଦୟନାଥ ମହାରଣା, ଯୂଗ୍ମ ସଂପାଦକ ବାବୁ ମହାରଣା, ମାଧବ ମହାରଣା ପ୍ରମୁଖ ଆଲୋଚନାରେ ଭାଗ ନେଇ ବିଭିନ୍ନ ମତ ପ୍ରଦାନ କରିଥିଲେ ।ଅନ୍ୟତମ ଯୁଗ୍ମ ସଂପାଦକ ବିଜୟ ଚନ୍ଦ୍ର ମହାରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


