ଦକ୍ଷିଣ ଭାରତୀୟ ଫିଲ୍ମରେ ଡେବ୍ୟୁ କରିବେ ଜାହ୍ନବୀ

ମୁମ୍ବାଇ : ବଲିଉଡ୍‌ରେ ପ୍ରବେଶ କରୁ କରୁ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ବର୍ତ୍ତମାନ ଦକ୍ଷିଣ ଭାରତୀୟ ସିନେମା ଆଡ଼କୁ ମୁହାଁଇଲେଣି । ଜାହ୍ନବୀ ୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଧଡକ୍‌’ରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ନିଜର ଅପ୍‌କମିଂ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ରହିଥିଲେ । ‘ଗୁଞ୍ଜନ୍‌ ସକ୍ସେନା- ଦି କାର୍‌ଗିଲ ଗାର୍ଲ’ରେ ସେ କାମ କରୁଛନ୍ତି । ଏଥି ସହିତ ଶୁଣିବାକୁ ମିଳିଛି ଯେ, ବଲିଉଡ୍‌ ପରେ ଜାହ୍ନବୀ ଟଲିଉଡ୍‌ରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ହଁ, ସେ ସାଉଥ୍‌ର ସୁପରଷ୍ଟାର ବିଜୟ ଦେବରକୋନ୍ଦାଙ୍କ ସହିତ କାମ କରିବାକୁ ଯାଉଛନ୍ତି । ରିପୋର୍ଟରୁ ଜଣାପଡ଼ିଛି ଯେ, ଫିଲ୍ମରେ ଜାହ୍ନବୀ କପୁର ଏବଂ ବିଜୟଙ୍କୁ ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ପାଇବେ ଦର୍ଶକ । ଜାହ୍ନବୀଙ୍କ ପୂର୍ବରୁ ଏହି ରୋଲ ପାଇଁ କିଆରା ଆଡ୍‌ଭାଣୀ ଏବଂ ଆଲିଆ ଭଟ୍ଟଙ୍କୁ ଏହି ଅଫର୍‌ କରାଯାଇଥିଲା । ମାତ୍ର ଦୁହେଁ ଏହି ଫିଲ୍ମକୁ ମନା କରିଦେଇଥିଲେ । ଏହାପରେ କରଣ ଜୋହରଙ୍କ ସୁପାରିସ୍‌ କ୍ରମେ ଏହି ସୁଯୋଗ ଜାହ୍ନବୀଙ୍କ ହାତରେ ପଡ଼ିଥିଲା । ଆସନ୍ତା ବର୍ଷ ଫେବୃଆରୀରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ପ୍ରୋଜେକ୍ଟ ସମ୍ବନ୍ଧରେ ଏପର୍ଯ୍ୟନ୍ତ ଫିଲ୍ମର ନିର୍ଦ୍ଦେଶକ ଏବଂ ଜାହ୍ନବୀଙ୍କ ତରଫରୁ କୌଣସି ଆଧିକାରିକ ଘୋଷଣା ହୋଇନଥିବା ଜଣାପଡ଼ିଛି । ସୂଚନା ଥାଉ ଯେ, କରଣ, ପୁରୀ ଜଗନ୍ନାଥଙ୍କ ଫିଲ୍ମର ହିନ୍ଦୀ ଭର୍ସନ ରିଲିଜ କରିବା ଲାଗି ପ୍ରସ୍ତୁତିରେ ଅଛନ୍ତି ଯାହାର ନାମ ‘ଫାଇଟର’ ରଖାଯିବ । ବର୍ତ୍ତମାନ ଜାହ୍ନବୀଙ୍କ ହାତରେ ‘ଗୁଞ୍ଜନା ସକ୍ସେନା: ଦି କାର୍‌ ଗିଲ ଗାର୍ଲ’, ‘ରୁହି ଅଫ୍‌ଜା’, ‘ଗୋଷ୍ଟ ଷ୍ଟୋରୀଜ୍‌’ ଏବଂ ‘ଦୋସ୍ତାନା -୨’ ଫିଲ୍ମ ରହିଛି । ଏଥିସହିତ ସେ କରଣ ଜୋହରଙ୍କ ଅପ୍‌କମିଂ ପ୍ରୋଜେକ୍ଟ ‘ତଖ୍‌ତ’ର ମଧ୍ୟ ଅଂଶ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ